ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ବିଶ୍ୱ ପାଳିଲା ‘ଜଳ’ ଦିବସ

0

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱରେ ‘ଜଳ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଜଳ କେବଳ ଜୀବନର ମୂଳ ଆଧାର ନୁହେଁ, ବରଂ ପୃଥିବୀର ଭବିଷ୍ୟତକୁ ମଧ୍ୟ ନିର୍ଣ୍ଣୟ କରେ। ପ୍ରତ୍ୟେକ ବୁନ୍ଦା ପାଣିର ମୂଲ୍ୟ ବୁଝିବା ଓ ଏହାକୁ ସଂରକ୍ଷଣ କରିବା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏହି ଦିନଟି ସ୍ଥାୟୀ ଅଭ୍ୟାସ, ସଚେତନତା ଓ ସଂରକ୍ଷଣ ପାଇଁ ନିରନ୍ତର ପରିଶ୍ରମ କରୁଥିବା ଲୋକମାନଙ୍କୁ ସମ୍ମାନ ଜଣାଇବାର ଏକ ଅବସର। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି— “ବିଶ୍ୱ ଜଳ ଦିବସରେ ଆସନ୍ତୁ, ପ୍ରତ୍ୟେକ ବୁନ୍ଦା ପାଣି ସଞ୍ଚୟ କରିବା ସହ ଏହାକୁ ଦାୟିତ୍ୱପୂର୍ଣ୍ଣ ଭାବରେ ବ୍ୟବହାର କରିବାରେ ଆମ ସଂକଳ୍ପକୁ ନବୀକରଣ କରିବା।”

ସେ ଜନସାଧାରଣଙ୍କୁ ପାଣିର ସୁରକ୍ଷିତ, ଦାୟିତ୍ୱଶୀଳ ଓ ସ୍ଥାୟୀ ବ୍ୟବହାର ପାଇଁ ଆହ୍ୱାନ ଜଣାଇଛନ୍ତି। ସହିତେ, ସଚେତନତା ପ୍ରସାର ଓ ସଂରକ୍ଷଣର ସଂସ୍କୃତିକୁ ମଜବୁତ କରିବାରେ ସମସ୍ତଙ୍କ ସହଭାଗୀତା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.