ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଯେଉଁଠୁ ସମ୍ଭବ ସେଠାରୁ ତେଲ କିଣୁଛି ଦେଶ : ମୋଦି

0

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ଭାଷଣ ଦେଇଛନ୍ତି। ଗତ ୨୪ ଦିନ ଧରି ଚାଲୁଥିବା ଏହି ସଂଘର୍ଷ ମଧ୍ୟରେ ତାଙ୍କ ଅଭିଭାଷଣକୁ ଗୁରୁତ୍ୱ ଦିଆଯାଉଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପଶ୍ଚିମ ଏସିଆର ପରିସ୍ଥିତି ବର୍ତ୍ତମାନ ଚିନ୍ତାଜନକ ଓ ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ୁଛି। ଏହି ସଙ୍କଟ ମଧ୍ୟରେ ଏପର୍ଯ୍ୟନ୍ତ ୩.୭୫ ଲକ୍ଷ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣାଯାଇଛି ଓ ସେଠାରେ ଅବସ୍ଥିତ ପ୍ରତ୍ୟେକ ଭାରତୀୟଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ସେ କହିଛନ୍ତି ଯେ ତେଲ ଓ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ବିଭିନ୍ନ ଦେଶ ସହ ନିରନ୍ତର ଯୋଗାଯୋଗରେ ଅଛି। ଯୋଗାଣ ଶୃଙ୍ଖଳାକୁ ସୁସ୍ଥିର ରଖିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ପ୍ରାୟ ୧ କୋଟି ଭାରତୀୟ ଉପସାଗରୀୟ ଦେଶଗୁଡ଼ିକରେ କାମ କରୁଛନ୍ତି, ତେଣୁ ସେଠାର ପରିସ୍ଥିତି ନେଇ ଭାରତ ଚିନ୍ତିତ। ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ତେଲ ଓ ସାର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଭାରତକୁ ଆସୁଥିବା ବେଳେ, ସଂଘର୍ଷ ଯୋଗୁଁ ଜାହାଜ ଚଳାଚଳ ପ୍ରଭାବିତ ହୋଇଛି। ତଥାପି, ଦେଶରେ କୌଣସି ଅଭାବ ନ ହେଉ ବୋଲି ସରକାର ପ୍ରୟାସ ଜାରି ରଖିଛି। ସେ କହିଥିଲେ ଯେ ତେଲ ଆମଦାନୀ ସ୍ତ୍ରୋତକୁ ୨୭ ଦେଶରୁ ବଢ଼ାଇ ୪୧ ଦେଶ କରାଯାଇଛି, ଯାହା ଜୋଗାଣ ସୁନିଶ୍ଚିତ କରିବାରେ ସହାୟକ ହେବ। ସଙ୍କଟ ସମୟରେ ଭାରତ ଓ ବିଦେଶରେ ୨୪×୭ ହେଲ୍ପଲାଇନ୍ ଓ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି। ଏହା ମାଧ୍ୟମରେ ଭାରତୀୟମାନଙ୍କୁ ଆବଶ୍ୟକ ସୂଚନା ଓ ସହାୟତା ଦିଆଯାଉଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କିଛି ଭାରତୀୟ ଏହି ସଂଘର୍ଷରେ ମୃତ୍ୟୁବରଣ କରିଛନ୍ତି ଓ କିଛି ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ପରିବାର ସହ ସରକାର ନିରନ୍ତର ସଂଯୋଗରେ ରହି ସହାୟତା ପ୍ରଦାନ କରୁଛି। ଏହି ସଂଘର୍ଷ ଜାତୀୟ ସୁରକ୍ଷା, ଅର୍ଥନୀତି ଓ ମାନବିକ ପରିସ୍ଥିତି ଉପରେ ପ୍ରଭାବ ପକାଇଥିବା ବେଳେ, ସମସ୍ତ ପକ୍ଷକୁ ଶୀଘ୍ର ସମାଧାନ ପାଇଁ ବିଶ୍ୱ ଆହ୍ୱାନ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ।

Leave A Reply

Your email address will not be published.