ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

୪-୨ ଗୋଲ୍‌ରେ ୱେଲ୍‌ସକୁ ପରାସ୍ତ କଲା ଭାରତୀୟ ଦଳ

0

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଭାରତୀୟ ଟିମ୍‌ ୪-୨ ଗୋଲ୍‌ରେ ୱେଲ୍‌ସକୁ ପରାସ୍ତ କରିଛି। ଭାରତ ପୁଲ୍‌-ଡି’ରେ ଦ୍ବିତୀୟ ସ୍ଥାନରେ କ୍ରସ୍‌ଓଭର ଖେଳିବା ପୂର୍ବରୁ ପୁଲ-ଡି’ରେ ଇଂଲଣ୍ଡ ଶୀର୍ଷରେ ରହି କ୍ବାର୍ଟର ଫାଇନାଲକୁ ଯାଇସାରିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଟିମ୍‌ ଇଣ୍ଡିଆ ତରଫରୁ ଶାମଶେର୍‌ ସିଂହ ପ୍ରଥମ ଗୋଲ୍‌ ଦେଇଥିଲେ। ସେ ୨୧ ମିନିଟରେ ପେନାଲ୍ଟି ଗୋଲ ଦେଇ ଭାରତକୁ ଆଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟରେ ଆକାଶଦୀପ ସିଂହ ଅନ୍ୟ ଏକ ଗୋଲ ଦେଇ ଭାରତକୁ ୨-୦‌ ଗୋଲ୍‌ରେ ଅଗ୍ରଣୀ କରାଇଥିଲେ। ଆକାଶଦୀପ ମ୍ୟାଚ୍‌ର ୩୨ ମିନିଟ୍‌ରେ ଫିଲ୍ଡ ଗୋଲ୍‌ ଦେଇଥିଲେ।

ପ୍ରଥମ ୨ଟି କ୍ବାର୍ଟରେ ୱେଲ୍‌ସ ଭଲ ପ୍ରଦର୍ଶନ କରି ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସକ୍ରିୟ ଦେଖାଯାଇଥିଲେ। ୱେଲ୍‌ସ ତରଫରୁ ୪୨ ମିନିଟ୍‌ରେ ଫୁରଲଙ୍ଗ୍‌ ଗ୍ରେଥ୍‌ ଏକ ପେନାଲ୍ଟି ଗୋଲ୍‌ ଦେଇଥିଲେ। ସେହିପରି ଦଳର ଡ୍ରାପେର ଜାକୋବ୍‌ ୪୪ମିନିଟରେ ଅନ୍ୟ ଏକ ଗୋଲ୍‌ ଦେଇ ନିଜ ଦଳକୁ ଭାରତର ସମକକ୍ଷ କରିଥିଲେ। ଖେଳର ୪୫ ମିନିଟରେ ଆକାଶଦୀପ ନିଜର ଦ୍ବିତୀୟ ଗୋଲ୍‌ ଦେଇ ଟିମ୍‌ ଇଣ୍ଡିଆକୁ ୩-୨ ଗୋଲ୍‌ରେ ଅଗ୍ରଣୀ କରାଇଥିଲେ। ଭାରତ ପକ୍ଷରୁ ହରମନପ୍ରୀତ ସିଂହ ୫୯ ମିନିଟରେ ଅନ୍ୟ ଏକ ଗୋଲ ଦେଇଥିଲେ।

ଆଜିର ଅନ୍ୟ ଏକ ମ୍ୟାଚ୍‌ରେ ଇଂଲଣ୍ଡ ୪-୦ ଗୋଲ୍‌ରେ ସ୍ପେନ୍‌କୁ ପରାସ୍ତ କରିଥିଲା। କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ୫ଟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଇଂଲଣ୍ଡର ଖେଳାଳିମାନେ ସ୍ପେନ ଉପରେ ଭାରୀ ପଡ଼ିଥିଲେ। ଇଂଲଣ୍ଡର ରୋପେର୍‌ ଫିଲ୍‌ ୧୦ ମିନିଟରେ ପେନାଲ୍ଟି ଗୋଲ ଦେଇଥିଲେ। ସେହିପରି କୋନଡନ ଡାଭିଡ ୨୧ ମିନିଟ, ବେଣ୍ଡରକ୍‌ ନିକୋଲାସ ୫୦ ଓ ଆନସେଲ ଲିଆମ୍‌ ୫୧ ମିନିଟ୍‌ରେ ଫିଲ୍ଡ ଗୋଲ ଦେଇ ନିଜ ଦଳକୁ ୪-୦ରେ ବିଜୟୀ କରାଇଥିଲେ। ପୂରା ମ୍ୟାଚ୍‌ରେ ଉଭୟ ଦଳକୁ ୨ ଥର ଲେଖାଏଁ ପେନାଲ୍ଟି ସୁଯୋଗ ମିଳିଥିଲା। କିନ୍ତୁ କୌଣସି ଦଳ ଏଥିରୁ ଲାଭ ଉଠାଇ ପାରି ନଥିଲେ।

ଏହା ପୂର୍ବରୁ ନେଦରଲାଣ୍ଡସ୍‌ ରେକର୍ଡ ବିଜୟ ହାସଲ କରିଥିଲା। ଅପରାହ୍‌ଣ ୩ଟାରେ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସର ଖେଳାଳିମାନେ ଗୋଲ୍‌ ବର୍ଷା କରିଥିଲେ। ଏହି ମ୍ୟାଚ୍‌ରେ ଚିଲି ବିପକ୍ଷରେ ନେଦରଲାଣ୍ଡସ୍‌ ବିଶାଳ ବିଜୟ ହାସଲ କରିଥିଲା। ନେଦରଲାଣ୍ଡ୍‌ସର ଖେଳାଳି ୧୪-୦ ଗୋଲ୍‌ରେ ଚିଲିକୁ ପରାସ୍ତ କରିଥିଲେ।

Leave A Reply

Your email address will not be published.