ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

୪-୨ ଗୋଲ୍‌ରେ ୱେଲ୍‌ସକୁ ପରାସ୍ତ କଲା ଭାରତୀୟ ଦଳ

0

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଭାରତୀୟ ଟିମ୍‌ ୪-୨ ଗୋଲ୍‌ରେ ୱେଲ୍‌ସକୁ ପରାସ୍ତ କରିଛି। ଭାରତ ପୁଲ୍‌-ଡି’ରେ ଦ୍ବିତୀୟ ସ୍ଥାନରେ କ୍ରସ୍‌ଓଭର ଖେଳିବା ପୂର୍ବରୁ ପୁଲ-ଡି’ରେ ଇଂଲଣ୍ଡ ଶୀର୍ଷରେ ରହି କ୍ବାର୍ଟର ଫାଇନାଲକୁ ଯାଇସାରିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଟିମ୍‌ ଇଣ୍ଡିଆ ତରଫରୁ ଶାମଶେର୍‌ ସିଂହ ପ୍ରଥମ ଗୋଲ୍‌ ଦେଇଥିଲେ। ସେ ୨୧ ମିନିଟରେ ପେନାଲ୍ଟି ଗୋଲ ଦେଇ ଭାରତକୁ ଆଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟରେ ଆକାଶଦୀପ ସିଂହ ଅନ୍ୟ ଏକ ଗୋଲ ଦେଇ ଭାରତକୁ ୨-୦‌ ଗୋଲ୍‌ରେ ଅଗ୍ରଣୀ କରାଇଥିଲେ। ଆକାଶଦୀପ ମ୍ୟାଚ୍‌ର ୩୨ ମିନିଟ୍‌ରେ ଫିଲ୍ଡ ଗୋଲ୍‌ ଦେଇଥିଲେ।

ପ୍ରଥମ ୨ଟି କ୍ବାର୍ଟରେ ୱେଲ୍‌ସ ଭଲ ପ୍ରଦର୍ଶନ କରି ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସକ୍ରିୟ ଦେଖାଯାଇଥିଲେ। ୱେଲ୍‌ସ ତରଫରୁ ୪୨ ମିନିଟ୍‌ରେ ଫୁରଲଙ୍ଗ୍‌ ଗ୍ରେଥ୍‌ ଏକ ପେନାଲ୍ଟି ଗୋଲ୍‌ ଦେଇଥିଲେ। ସେହିପରି ଦଳର ଡ୍ରାପେର ଜାକୋବ୍‌ ୪୪ମିନିଟରେ ଅନ୍ୟ ଏକ ଗୋଲ୍‌ ଦେଇ ନିଜ ଦଳକୁ ଭାରତର ସମକକ୍ଷ କରିଥିଲେ। ଖେଳର ୪୫ ମିନିଟରେ ଆକାଶଦୀପ ନିଜର ଦ୍ବିତୀୟ ଗୋଲ୍‌ ଦେଇ ଟିମ୍‌ ଇଣ୍ଡିଆକୁ ୩-୨ ଗୋଲ୍‌ରେ ଅଗ୍ରଣୀ କରାଇଥିଲେ। ଭାରତ ପକ୍ଷରୁ ହରମନପ୍ରୀତ ସିଂହ ୫୯ ମିନିଟରେ ଅନ୍ୟ ଏକ ଗୋଲ ଦେଇଥିଲେ।

ଆଜିର ଅନ୍ୟ ଏକ ମ୍ୟାଚ୍‌ରେ ଇଂଲଣ୍ଡ ୪-୦ ଗୋଲ୍‌ରେ ସ୍ପେନ୍‌କୁ ପରାସ୍ତ କରିଥିଲା। କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ୫ଟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଇଂଲଣ୍ଡର ଖେଳାଳିମାନେ ସ୍ପେନ ଉପରେ ଭାରୀ ପଡ଼ିଥିଲେ। ଇଂଲଣ୍ଡର ରୋପେର୍‌ ଫିଲ୍‌ ୧୦ ମିନିଟରେ ପେନାଲ୍ଟି ଗୋଲ ଦେଇଥିଲେ। ସେହିପରି କୋନଡନ ଡାଭିଡ ୨୧ ମିନିଟ, ବେଣ୍ଡରକ୍‌ ନିକୋଲାସ ୫୦ ଓ ଆନସେଲ ଲିଆମ୍‌ ୫୧ ମିନିଟ୍‌ରେ ଫିଲ୍ଡ ଗୋଲ ଦେଇ ନିଜ ଦଳକୁ ୪-୦ରେ ବିଜୟୀ କରାଇଥିଲେ। ପୂରା ମ୍ୟାଚ୍‌ରେ ଉଭୟ ଦଳକୁ ୨ ଥର ଲେଖାଏଁ ପେନାଲ୍ଟି ସୁଯୋଗ ମିଳିଥିଲା। କିନ୍ତୁ କୌଣସି ଦଳ ଏଥିରୁ ଲାଭ ଉଠାଇ ପାରି ନଥିଲେ।

ଏହା ପୂର୍ବରୁ ନେଦରଲାଣ୍ଡସ୍‌ ରେକର୍ଡ ବିଜୟ ହାସଲ କରିଥିଲା। ଅପରାହ୍‌ଣ ୩ଟାରେ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସର ଖେଳାଳିମାନେ ଗୋଲ୍‌ ବର୍ଷା କରିଥିଲେ। ଏହି ମ୍ୟାଚ୍‌ରେ ଚିଲି ବିପକ୍ଷରେ ନେଦରଲାଣ୍ଡସ୍‌ ବିଶାଳ ବିଜୟ ହାସଲ କରିଥିଲା। ନେଦରଲାଣ୍ଡ୍‌ସର ଖେଳାଳି ୧୪-୦ ଗୋଲ୍‌ରେ ଚିଲିକୁ ପରାସ୍ତ କରିଥିଲେ।

Leave A Reply

Your email address will not be published.