ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ବାଛୁରୀର ନାଁ କ୍ରୀଷ୍ଣା ଦେଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ଆଜି ଜାମୁକୋଳି ଗୋଶାଳା ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋରୁଙ୍କ ରକ୍ଷଣାବେକ୍ଷଣ ସମ୍ପର୍କରେ ପଚାରି ବୁଝିବା ସହ ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି ନବୀନ । ବୁଲିବା ସମୟରେ ଏକ ନବଜାତ ବାଛୁରୀକୁ ଦେଖି ତାହାର ନାମକରଣ ହୋଇନଥିବା ଜାଣିବା ପରେ ବାଛୁରୀଟିର ନାଁ କ୍ରୀଷ୍ଣା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଗୋଶାଳାରେ ଗାଈମାନଙ୍କ ପାଇଁ ଥିବା ସୁବିଧା ସମ୍ପର୍କରେ ନବୀନ ଅନୁଧ୍ୟାନ କରିଛନ୍ତି ।

ବ୍ୟବସ୍ଥା ସମ୍ପର୍କରେ ବୁଲି ଦେଖିବା ସହିତ ଗାଈଙ୍କୁ ପରିବା ଓ ଫଳ ଖାଇବାକୁ ଦେଇଥିଲେ । ଆଗକୁ ଗୋଶାଳାର ସଂପ୍ରସାରଣ କରାଯିବ । ୨୦୧୮ମସିହାରେ ୫ଦଶମିକ ୫ଏକର ଜମିରେ ଗୋଶାଳା ସ୍ଥାପନ କରାଯାଇଥିଲା । ଆଗକୁ ୨୦ଦଶମିକ ୫ ଏକର ପରିମିତ ଅଞ୍ଚଳକୁ ଏହାର ସଂପ୍ରସାରଣ କରାଯିବ । ବର୍ତ୍ତମାନ ଗୋଶାଳାରେ ୯୦୬ଟି ଗାଈଗୋରୁ ଅଛନ୍ତି । ସହରର ବୁଲା ଗାଈ ଗୋରୁ ମାନଙ୍କୁ ଏଠାରେ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ଗୋଶାଳା ପରିଦର୍ଶନ କରିଛନ୍ତି ।

Leave A Reply

Your email address will not be published.