ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ବାଛୁରୀର ନାଁ କ୍ରୀଷ୍ଣା ଦେଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ଆଜି ଜାମୁକୋଳି ଗୋଶାଳା ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋରୁଙ୍କ ରକ୍ଷଣାବେକ୍ଷଣ ସମ୍ପର୍କରେ ପଚାରି ବୁଝିବା ସହ ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି ନବୀନ । ବୁଲିବା ସମୟରେ ଏକ ନବଜାତ ବାଛୁରୀକୁ ଦେଖି ତାହାର ନାମକରଣ ହୋଇନଥିବା ଜାଣିବା ପରେ ବାଛୁରୀଟିର ନାଁ କ୍ରୀଷ୍ଣା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଗୋଶାଳାରେ ଗାଈମାନଙ୍କ ପାଇଁ ଥିବା ସୁବିଧା ସମ୍ପର୍କରେ ନବୀନ ଅନୁଧ୍ୟାନ କରିଛନ୍ତି ।

ବ୍ୟବସ୍ଥା ସମ୍ପର୍କରେ ବୁଲି ଦେଖିବା ସହିତ ଗାଈଙ୍କୁ ପରିବା ଓ ଫଳ ଖାଇବାକୁ ଦେଇଥିଲେ । ଆଗକୁ ଗୋଶାଳାର ସଂପ୍ରସାରଣ କରାଯିବ । ୨୦୧୮ମସିହାରେ ୫ଦଶମିକ ୫ଏକର ଜମିରେ ଗୋଶାଳା ସ୍ଥାପନ କରାଯାଇଥିଲା । ଆଗକୁ ୨୦ଦଶମିକ ୫ ଏକର ପରିମିତ ଅଞ୍ଚଳକୁ ଏହାର ସଂପ୍ରସାରଣ କରାଯିବ । ବର୍ତ୍ତମାନ ଗୋଶାଳାରେ ୯୦୬ଟି ଗାଈଗୋରୁ ଅଛନ୍ତି । ସହରର ବୁଲା ଗାଈ ଗୋରୁ ମାନଙ୍କୁ ଏଠାରେ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ଗୋଶାଳା ପରିଦର୍ଶନ କରିଛନ୍ତି ।

Leave A Reply

Your email address will not be published.