ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ ହରାଇଲା ଭାରତ

0

ରାୟପୁର : ଆଜି ଭାରତ ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କରିଛି। ରାୟପୁରଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ଭାରତ ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତୀୟ ଦଳ ତିନିଟିକିଆ ସିରିଜରେ ୨-୦ରେ ଆଗୁଆ ହୋଇଯାଇଛି ।

ସୂଚନାଯୋଗ୍ୟ; ରାୟପୁରରେ ଖେଳାଯାଉଥିବା ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓଭରରେ ହିଁ ମହମ୍ମଦ ଶାମି ଖାତା ଖୋଲିବା ପୂର୍ବରୁ ଫିନ ଆଲେନଙ୍କୁ କ୍ଲିନବୋଲ୍ଡ କରିଥିଲେ। ଏହି ମ୍ୟାଚରେ ଭାରତ ଟସ ଜିତି ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । କିନ୍ତୁ ଆରମ୍ଭରୁ ଭାରତୀୟ ବୋଲରମାନେ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କ ଉପରେ ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଥିଲେ ।

ଦଳର ପ୍ରଥମ ୫ ବ୍ୟାଟ୍ସମ୍ୟାନ ଦୁଇଅଂକ ଟପିପାରିନଥିଲେ । ଏପରିକି ଦଳ ୧୫ ରନରେ ୫ ଓ୍ବିକେଟ ହରାଇ ସଂଘର୍ଷ କରୁଥିଲା । ତେବେ ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସଓ୍ବେଲ ଓ ମିଚେଲ ସାଣ୍ଟନର କିଛି ସମୟ କ୍ରିଜରେ ତିଷ୍ଠି ରହିବାକୁ ସକ୍ଷମ ହୋଇଥିଲେ । ଫିଲିପ୍ସ ୩୬ ରନ କରିଥିବାବେଳେ ବ୍ରେସଓ୍ବେଲ ୨୨ ଓ ସାଣ୍ଟନର ୨୭ ରନ କରିଥିଲେ । ଏହା ଫଳରେ ଦଳୀୟ ସ୍କୋର ୧୦୦ ରନ ଟପିପାରିଥିଲା । ତେବେ ଫିଲିପ୍ସ ଆଉଟ୍ ହେବା ପରେ ଦଳ ଅଳ୍ପ କିଛି ରନ ଯୋଗ କରି ୧୦୮ରେ ଅଲଆଉଟ ହୋଇଯାଇଥିଲା ।

ଏହି ମ୍ୟାଚରେ ଭାରତ ଆଗରେ ୧୦୯ରନର ବିଜୟ ଲକ୍ଷ୍ୟ ରହିଥିଲା । ଏହି ଲକ୍ଷ୍ୟକୁ ଭାରତ ୨୦.୧ ତମ ଓଭରରେ ହାସଲ କରିନେଇଥିଲା । ରୋହିତ ଶର୍ମା ୫୧ ରନ ଓ ଶୁଭମନ ଗିଲ ଅପରାଜିତ ୪୦ ରନ କରିଥିବାବେଳେ ବିରାଟ କୋହଲି ୧୧ରନ କରିଥିଲେ । ଇଶାନ କିଷନ ଅପରାଜିତ ୮ ରନ କରିଥିଲେ ।ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ୱାଶିଂଟନ ଓ ପାଣ୍ଡ୍ୟା ଦୁଇଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ଶାର୍ଦ୍ଦୁଲ, କୁଲଦୀପ ଓ ସିରାଜ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

Leave A Reply

Your email address will not be published.