ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ ହରାଇଲା ଭାରତ

0

ରାୟପୁର : ଆଜି ଭାରତ ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କରିଛି। ରାୟପୁରଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ଭାରତ ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତୀୟ ଦଳ ତିନିଟିକିଆ ସିରିଜରେ ୨-୦ରେ ଆଗୁଆ ହୋଇଯାଇଛି ।

ସୂଚନାଯୋଗ୍ୟ; ରାୟପୁରରେ ଖେଳାଯାଉଥିବା ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓଭରରେ ହିଁ ମହମ୍ମଦ ଶାମି ଖାତା ଖୋଲିବା ପୂର୍ବରୁ ଫିନ ଆଲେନଙ୍କୁ କ୍ଲିନବୋଲ୍ଡ କରିଥିଲେ। ଏହି ମ୍ୟାଚରେ ଭାରତ ଟସ ଜିତି ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । କିନ୍ତୁ ଆରମ୍ଭରୁ ଭାରତୀୟ ବୋଲରମାନେ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କ ଉପରେ ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଥିଲେ ।

ଦଳର ପ୍ରଥମ ୫ ବ୍ୟାଟ୍ସମ୍ୟାନ ଦୁଇଅଂକ ଟପିପାରିନଥିଲେ । ଏପରିକି ଦଳ ୧୫ ରନରେ ୫ ଓ୍ବିକେଟ ହରାଇ ସଂଘର୍ଷ କରୁଥିଲା । ତେବେ ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସଓ୍ବେଲ ଓ ମିଚେଲ ସାଣ୍ଟନର କିଛି ସମୟ କ୍ରିଜରେ ତିଷ୍ଠି ରହିବାକୁ ସକ୍ଷମ ହୋଇଥିଲେ । ଫିଲିପ୍ସ ୩୬ ରନ କରିଥିବାବେଳେ ବ୍ରେସଓ୍ବେଲ ୨୨ ଓ ସାଣ୍ଟନର ୨୭ ରନ କରିଥିଲେ । ଏହା ଫଳରେ ଦଳୀୟ ସ୍କୋର ୧୦୦ ରନ ଟପିପାରିଥିଲା । ତେବେ ଫିଲିପ୍ସ ଆଉଟ୍ ହେବା ପରେ ଦଳ ଅଳ୍ପ କିଛି ରନ ଯୋଗ କରି ୧୦୮ରେ ଅଲଆଉଟ ହୋଇଯାଇଥିଲା ।

ଏହି ମ୍ୟାଚରେ ଭାରତ ଆଗରେ ୧୦୯ରନର ବିଜୟ ଲକ୍ଷ୍ୟ ରହିଥିଲା । ଏହି ଲକ୍ଷ୍ୟକୁ ଭାରତ ୨୦.୧ ତମ ଓଭରରେ ହାସଲ କରିନେଇଥିଲା । ରୋହିତ ଶର୍ମା ୫୧ ରନ ଓ ଶୁଭମନ ଗିଲ ଅପରାଜିତ ୪୦ ରନ କରିଥିବାବେଳେ ବିରାଟ କୋହଲି ୧୧ରନ କରିଥିଲେ । ଇଶାନ କିଷନ ଅପରାଜିତ ୮ ରନ କରିଥିଲେ ।ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ୱାଶିଂଟନ ଓ ପାଣ୍ଡ୍ୟା ଦୁଇଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ଶାର୍ଦ୍ଦୁଲ, କୁଲଦୀପ ଓ ସିରାଜ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

Leave A Reply

Your email address will not be published.