ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଆଜି ଭାରତ-ନ୍ୟୁଜିଲାଣ୍ଡ ଲଢ଼େଇ

0

ଭୁବନେଶ୍ବର : ବିଶ୍ବ ହକିକପ ୨୦୨୩ର ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କଡା ମୁକାବିଲା ।ଆଜିଠାରୁ ଅସଲ ଲଢ଼େଇ ଆରମ୍ଭ ହେଉଥିବାରୁ ଭାରତ ପାଇଁ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ମୁକାବିଲା ‘କର ବା ମର’ ଭଳି ହୋଇଛି। ଭାରତ ୩ ମ୍ୟାଚ୍‌ ଖେଳି ଅପରାଜେୟ ରହିଥିଲେ ମଧ୍ୟ ପୁଲ୍‌ ‘ଡି’ରେ ଦ୍ବିତୀୟ ସ୍ଥାନରେ ରହିବାରୁ ଏହି କ୍ରସ୍ ଓଭର ମ୍ୟାଚ୍‌ ଖେଳିବ।

ଆଜି ମ୍ୟାଚ୍‌ ଜିତିଲେ ଭାରତ ମଙ୍ଗଳବାର ରାତିରେ କ୍ବାର୍ଟରଫାଇନାଲ୍‌ରେ ବିଶ୍ବକପ୍‌ ଓ ଅଲିମ୍ପିକ୍ ବିଜେତା ବେଲଜିୟମ୍‌କୁ ଭେଟିବ। ନିକଟ ଅତୀତରେ ନ୍ୟୁଜିଲାଣ୍ଡ୍‌କୁ ଭାରତ ଦୁଇ ଥର ମାତ୍ ଦେଇଥିବାରୁ ହର୍ମନପ୍ରୀତ୍ ସିଂହଙ୍କ ଦଳ ଆତ୍ମବିଶ୍ବାସରେ ରହିଛି। ଗତ ନଭେମ୍ବର ମାସରେ କଳିଙ୍ଗ ଷ୍ଟାଡିୟମ୍‌ରେ ହିଁ ଭାରତ ଏଫ୍‌ଆଇଏଚ୍‌ ଲିଗ୍‌ର ପ୍ରଥମ ପର୍ଯ୍ୟାୟର ଉଭୟ ମୁକାବିଲାରେ ଏହି ଦଳକୁ ୪-୩ ଓ ୭-୪ ଗୋଲ୍‌ରେ ହରାଇଥିଲା। ତେବେ ଆଜି ଭାରତର ପ୍ରଦର୍ଶନ କିପରି ରହିବ ତାହାରି ଉପରେ ସମସ୍ତଙ୍କର ନଜର ରହିଛି।

Leave A Reply

Your email address will not be published.