ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଆଜି ଭାରତ-ନ୍ୟୁଜିଲାଣ୍ଡ ଲଢ଼େଇ

0

ଭୁବନେଶ୍ବର : ବିଶ୍ବ ହକିକପ ୨୦୨୩ର ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କଡା ମୁକାବିଲା ।ଆଜିଠାରୁ ଅସଲ ଲଢ଼େଇ ଆରମ୍ଭ ହେଉଥିବାରୁ ଭାରତ ପାଇଁ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ମୁକାବିଲା ‘କର ବା ମର’ ଭଳି ହୋଇଛି। ଭାରତ ୩ ମ୍ୟାଚ୍‌ ଖେଳି ଅପରାଜେୟ ରହିଥିଲେ ମଧ୍ୟ ପୁଲ୍‌ ‘ଡି’ରେ ଦ୍ବିତୀୟ ସ୍ଥାନରେ ରହିବାରୁ ଏହି କ୍ରସ୍ ଓଭର ମ୍ୟାଚ୍‌ ଖେଳିବ।

ଆଜି ମ୍ୟାଚ୍‌ ଜିତିଲେ ଭାରତ ମଙ୍ଗଳବାର ରାତିରେ କ୍ବାର୍ଟରଫାଇନାଲ୍‌ରେ ବିଶ୍ବକପ୍‌ ଓ ଅଲିମ୍ପିକ୍ ବିଜେତା ବେଲଜିୟମ୍‌କୁ ଭେଟିବ। ନିକଟ ଅତୀତରେ ନ୍ୟୁଜିଲାଣ୍ଡ୍‌କୁ ଭାରତ ଦୁଇ ଥର ମାତ୍ ଦେଇଥିବାରୁ ହର୍ମନପ୍ରୀତ୍ ସିଂହଙ୍କ ଦଳ ଆତ୍ମବିଶ୍ବାସରେ ରହିଛି। ଗତ ନଭେମ୍ବର ମାସରେ କଳିଙ୍ଗ ଷ୍ଟାଡିୟମ୍‌ରେ ହିଁ ଭାରତ ଏଫ୍‌ଆଇଏଚ୍‌ ଲିଗ୍‌ର ପ୍ରଥମ ପର୍ଯ୍ୟାୟର ଉଭୟ ମୁକାବିଲାରେ ଏହି ଦଳକୁ ୪-୩ ଓ ୭-୪ ଗୋଲ୍‌ରେ ହରାଇଥିଲା। ତେବେ ଆଜି ଭାରତର ପ୍ରଦର୍ଶନ କିପରି ରହିବ ତାହାରି ଉପରେ ସମସ୍ତଙ୍କର ନଜର ରହିଛି।

Leave A Reply

Your email address will not be published.