ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

କୂଅରେ ପଡ଼ି ୧୦ ବର୍ଷର ଛାତ୍ରଙ୍କ ମୃତ୍ୟୁ

0

ଖୋର୍ଦ୍ଧା: ସାଇକେଲ ଚଲାଇବା ବେଳେ କୂଅରେ ପଡ଼ି ଜଣେ ୧୦ ବର୍ଷର ଛାତ୍ରଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଖୋର୍ଦ୍ଧା ଥାନା ପୁବୁସାହି ଓଲସିଂ ଗାଁରେ । ମୃତକ ହେଲେ ମହେଶ୍ବର ବେହେରାଙ୍କ ପୁଅ ଦିବ୍ୟଜ୍ୟୋତି ବେହେରା ।

ସୂଚନା ଅନୁସାରେ ମହେଶ୍ବରଙ୍କ ପୁଅ ଦିବ୍ୟଜ୍ୟୋତି ଗତକାଲି ସନ୍ଧ୍ୟାରେ ସାଇକେଲ ଚଳାଉ ଥିବାବେଳେ ଘର ପାଖ କୂଅରେ ସାଇକଲ ସହ ପଡ଼ି ଯାଇଥିଲେ। ପରିବାର ଲୋକ ଖୋଜାଖୋଜି କରି ନପାଇବାରୁ ଥାନାରେ ଏତଲା ଦେଇଥିଲେ । ଆଜି ସକାଳୁ କୂଅରେ ଚପଲ ଭାସୁଥିବା ଦେଖିବାକୁ ମିଳିଥିଲା । ଏହାପରେ କୂଅରୁ ମୃତ ଅବସ୍ଥାରେ ଦିବଜ୍ୟୋତିଙ୍କୁ ଉଦ୍ଧାର କରାଯାଇଛି ।

ଅନ୍ୟପଟେ ହତ୍ୟା ସନ୍ଦେହରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ କରୁଛି ପୁଲିସ । ନାବାଳକର ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.