ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

କୂଅରେ ପଡ଼ି ୧୦ ବର୍ଷର ଛାତ୍ରଙ୍କ ମୃତ୍ୟୁ

0

ଖୋର୍ଦ୍ଧା: ସାଇକେଲ ଚଲାଇବା ବେଳେ କୂଅରେ ପଡ଼ି ଜଣେ ୧୦ ବର୍ଷର ଛାତ୍ରଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଖୋର୍ଦ୍ଧା ଥାନା ପୁବୁସାହି ଓଲସିଂ ଗାଁରେ । ମୃତକ ହେଲେ ମହେଶ୍ବର ବେହେରାଙ୍କ ପୁଅ ଦିବ୍ୟଜ୍ୟୋତି ବେହେରା ।

ସୂଚନା ଅନୁସାରେ ମହେଶ୍ବରଙ୍କ ପୁଅ ଦିବ୍ୟଜ୍ୟୋତି ଗତକାଲି ସନ୍ଧ୍ୟାରେ ସାଇକେଲ ଚଳାଉ ଥିବାବେଳେ ଘର ପାଖ କୂଅରେ ସାଇକଲ ସହ ପଡ଼ି ଯାଇଥିଲେ। ପରିବାର ଲୋକ ଖୋଜାଖୋଜି କରି ନପାଇବାରୁ ଥାନାରେ ଏତଲା ଦେଇଥିଲେ । ଆଜି ସକାଳୁ କୂଅରେ ଚପଲ ଭାସୁଥିବା ଦେଖିବାକୁ ମିଳିଥିଲା । ଏହାପରେ କୂଅରୁ ମୃତ ଅବସ୍ଥାରେ ଦିବଜ୍ୟୋତିଙ୍କୁ ଉଦ୍ଧାର କରାଯାଇଛି ।

ଅନ୍ୟପଟେ ହତ୍ୟା ସନ୍ଦେହରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ କରୁଛି ପୁଲିସ । ନାବାଳକର ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.