ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ମାଲେସିଆକୁ ହରାଇ ସ୍ପେନ କ୍ବାର୍ଟରଫାଇନାଲରେ ପ୍ରବେଶ

0

ଭୁବନେଶ୍ବର: ମାଲେସିଆକୁ ହରାଇ ସ୍ପେନ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି। କଳିଙ୍ଗ ଷ୍ଟାଡିୟମରେ ମାଲେସିଆ ଓ ସ୍ପେନ୍‌ ମଧ୍ୟରେ ରବିବାର ହକି ବିଶ୍ବକପ୍‌ରେ କ୍ରସ୍‌ ଓଭର ମ୍ୟାଚ୍‌ ଖେଳାଯାଇଛି। ଏହି ମ୍ୟାଚ୍ ରେ ମାଲେସିଆକୁ ସ୍ପେନ୍‌ ପରାସ୍ତ କରିବା ସହ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି। ସ୍ପେନ୍‌ ଆସନ୍ତା ୨୪ ତାରିଖରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ।

ସୂଚନାଯୋଗ; ଆଜି କଳିଙ୍ଗ ଷ୍ଟାଡିୟମରେ ମାଲେସିଆ ଓ ସ୍ପେନ ମଧ୍ୟରେ ହୋଇଥିବା ମୁକାବିଲାର ପ୍ରଥମ ୨ଟି କ୍ବାର୍ଟରରେ ଉଭୟ ଦଳର ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। ଫଳ ସ୍ବରୂପ କୌଣସି ଟିମ୍‌ ଗୋଲ୍‌ ଦେଇପାରି ନଥିଲେ। କିନ୍ତୁ ତୃତୀୟ କ୍ବାର୍ଟର ବେଳକୁ ମାଲେସିଆ ଠାରୁ ଗୋଟିଏ ଗୋଲ୍‌ ପାଇବା ପରେ ସ୍ପେନ୍‌ ଲଗାତାର ଆକ୍ରମଣ କରିଥିଲା। କ୍ବାର୍ଟର ୩ ମ୍ୟାଚରେ ମାଲେସିଆ ପକ୍ଷରୁ ୩୪ ମିନିଟ୍‌ରେ ସାରି ଫୈଜଲ ଗୋଟିଏ ଗୋଲ ଦେଇଥିଲେ। ଜବାବରେ ସ୍ପେନ୍‌ ପକ୍ଷରୁ ୪୦ ଓ ୪୧ ମିନିଟରେ ମିରାଲେସ୍‌ ମାର୍କ ଓ ଗିସପର୍ଟ ଜାଭିୟର ଲଗାତାର ୨ଟି ଗୋଲ୍‌ ଦେଇ ମ୍ୟାଚ୍‌କୁ ୨-୧ରେ ଅଗ୍ରଣୀ କରାଇଥିଲେ।

ସେହିପରି ମ୍ୟାଚର ୪ର୍ଥ କ୍ବାର୍ଟରେ ଉଭୟ ମାଲେସିଆ ଓ ସ୍ପେନ ଜୋରଦାର ଲଢ଼େଇ କରିଥିଲେ। ମାଲେସିଆ ୪୮ ମିନିଟରେ ଏକ ଗୋଲ୍‌ ଦେଇ ବିରୋଧୀ ଦଳର ସମକକ୍ଷ ହୋଇଥିଲା। କିନ୍ତୁ ଶେଷରେ ସ୍ପେନ ବାଜି ମାରି ନେବା ସହ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି।

Leave A Reply

Your email address will not be published.