ପ୍ରମୁଖ ଖବର

ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ଜବାବ ତଲବ କଲେ ହାଇକୋର୍ଟ
ଅଦାଲତ ଅବମାନନା ମାମଲାରୁ ଉଷା ପାଢ଼ୀଙ୍କୁ ମିଳିଲା ଆଶ୍ୱସ୍ତି
ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ
ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର
ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା : ଆଇନ ମନ୍ତ୍ରୀ
ମା’ ବିରଜାଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ

ସିରିଜ ଜିତିଲା ଭାରତ

0

ଇନ୍ଦୋର : ନ୍ୟୁଜିଲାଣ୍ଡକୁ ହରାଇ ସିରିଜ ଜିତି ଯାଇଛି ଭାରତ। ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳା ଯାଇଥିବା ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ବିସ୍ଫୋରକ ଶତକ ହାସଲ କରିଥିଲେ ଓ ଭାରତ ପାଇଁ ବିଶାଳ ସ୍କୋର କରିବାରେ ଯୋଗଦାନ ଦେଇଥିଲେ ।ଭାରତ ପୂର୍ବରୁ ଏହି ସିରିଜ୍‌କୁ ୨-୦ରେ ଜିତି ସାରିଥିବାରୁ ଆଜି ନିର୍ଭୟରେ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ୧୦୧, ଶୁବମନ ଗିଲଙ୍କ ୧୧୨ ଓ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ୫୪ ରନ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୮୫ ରନ କରିଥିଲା।

ଭାରତ ପକ୍ଷରୁ ରଖାଯାଇଥିବା ୩୮୬ ରନର ବିଜୟ ଲକ୍ଷ୍ୟର ଜବାବରେ ନ୍ୟୁଜିଲାଣ୍ଡ ୪୧.୨ ଓଭରରେ ୨୯୫ ରନ କରି ଅଲଆଉଟ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଦେଓ୍ବନ କନଓ୍ବେ ୧୩୮ ରନ କରିଥିବାବେଳେ ହେନେରି ନିକୋଲ୍ସ ୪୨ ରନ, ମିଟେଲ ସାଣ୍ଟନର ୩୪ ରନ ଓ ମାଇକେଲ ବ୍ରେସଓ୍ବେଲ ୨୬ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଓ କୁଳଦୀପ ଯାଦବ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ରୋହିତ ଶର୍ମା ୧୦୧ ରନ କରି ଆଉଟ ହୋଇଥିବାବେଳେ ଶୁଭମନ୍ ୧୧୨ ରନ କରି ଆଉଟ ହୋଇଛନ୍ତି । ରୋହିତ ୮୫ଟି ବଲ ଖେଳି ୧୦୧ କରିଥିବାବେଳେ ଶୁଭମନ ୧୧୨ ରନ କରିବା ପାଇଁ ୭୮ଟି ବଲ ଖେଳିଥିଲେ ।  ତେବେ ଦୁଇ ଓପନର ଆଉଟ ହେବା ପରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ । ବିରାଟ କୋହଲି ୩୬ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୫୪ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୩୮୫ ରନ କରିଥିଲା ।

Leave A Reply

Your email address will not be published.