ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସେମିଫାଇନାଲରେ ପହଞ୍ଚିଲେ ବେଲଜିୟମ ଓ ଅଷ୍ଟ୍ରେଲିଆ ଦଳ

0

ଭୁବନେଶ୍ୱର: ସେମିଫାଇନାଲରେ ସ୍ଥାନ ପକ୍କା କଲେ ବେଲଜିୟମ ଓ ଅଷ୍ଟ୍ରେଲିଆ ଟିମ୍ । ପୁରୁଷ ହକି ବିଶ୍ବକପ୍-୨୦୨୩ରେ ବେଲଜିୟମ ୨-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ କ୍ବାର୍ଟର ଫାଇନାଲରେ ବିଜୟୀ ହୋଇ ବେଲଜିୟମ ଦ୍ବିତୀୟ ଦଳ ଭାବେ ସେମି ଫାଇନାଲକୁ ପ୍ରବେଶ କରିଛି । ବେଲଜିୟମ୍ ଆସନ୍ତା ୨୭ ତାରିଖରେ ସେମିଫାଇନାଲ ମ୍ୟାଚ୍ ଖେଳିବ ।

ଏହି ଟିମ୍ କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି ନେଦରଲ୍ୟାଣ୍ଡ୍ସ ଓ ଦକ୍ଷିଣ କୋରିଆ ମଧ୍ୟରେ ଆୟୋଜିତ ହେବାକୁ ଥିବା ୪ର୍ଥ କ୍ବାର୍ଟରଫାଇନାଲର ବିଜୟୀ ଦଳକୁ ଭେଟିବ । ଆଜି ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚ୍ରେ ବିଜୟ ହାସଲ ପରେ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମି ଫାଇନାଲ୍ରେ ପ୍ରବେଶ କରିଥିଲା । ଅଷ୍ଟ୍ରେଲିଆ ୪-୩ ଗୋଲ୍ରେ ସ୍ପେନ୍କୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମି ଫାଇନାଲ ଟିକେଟ୍ ହାତେଇଥିଲା । କଙ୍ଗାରୁ ଟିମ୍ ଆସନ୍ତା ୨୭ ତାରିଖରେ ସେମି ଫାଇନାଲ ମ୍ୟାଚ୍ ଖେଳିବ । ଆସନ୍ତାକାଲି ଇଂଲଣ୍ଡ ଓ ଜର୍ମାନି ମଧ୍ୟରେ ଖେଳାଯିବାକୁ ଥିବା ୩ୟ କ୍ବାର୍ଟର ଫାଇନାଲର ବିଜେତା ଟିମ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍ ହେବ ।

Leave A Reply

Your email address will not be published.