ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ପୁରୁଣା କୋଠା ଭୁଶୁଡି ୩ରୁ ଅଧିକ ମୃତ, ଅନେକ ଆହତ

0

ଲକ୍ଷ୍ନୌ: ଆଜି ସଧ୍ୟାରେ ଲକ୍ଷ୍ନୌରେ ୱଜିର ହସନ ରୋଡରେ ଥିବା ଏକ ପାଞ୍ଚ ମହଲା କୋଠା ହଠାତ ଭୁଶୁଡି ପଡିଛି ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦-୪୦ଜଣ ଲୋକ ତଳେ ଦବି ରହିଥିବା କୁହାଯାଉଛି। ଦୁର୍ଘଟଣାର ସୂଚନା ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳକୁ ଦିଆଯିବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ସହିତ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ ୩ଜଣଙ୍କ ମୃତଦେହ ମିଳିଛି ଏବଂ ସେମାନଙ୍କୁ ଡାକ୍ତରଖାନା ପଠାଯାଇଛି। ଏବେ ଏନଡିଆରଏଫ, ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଏକ ପୁରୁଣା କୋଠା ଭୁଶୁଡ଼ିବା ଖବର ପାଇବା ପରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ତଥା ଏସଡିଆରଏଫ ଏବଂ ଏନଡିଆରଏଫ ଟିମକୁ ଘଟଣାସ୍ଥଳରେ ରିଲିଫ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.