ପ୍ରମୁଖ ଖବର

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା: ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
ଜେଲରେ ରହିବେ ମନିଷ ସିସୋଦିଆ, ଜାମିନ ଆବେଦନ ଖାରଜ
୧୦ମାସର ଜେଲ ଜୀବନ ପରେ ଶନିବାର ଜେଲରୁ ମୁକୁଳିବେ ସିଦ୍ଧୁ, ରୋଡ ରେଜ୍ ମାମଲାରେ ପାଇଥିଲେ ଦଣ୍ଡ
ଗତକାଲି ଭୁବନେଶ୍ବର ଉପକଣ୍ଠ ଦୟାନଦୀରେ ବୁଡି ଯାଇଥିବା ବାଳକର ମୃତଦେହ ଉଦ୍ଧାର
ଇନ୍ଦୋର୍‌ ମହାଦେବ ମନ୍ଦିର ଅଘଟଣ: ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି
ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ
ଆସନ୍ତାକାଲି ନବନିଯୁକ୍ତ ପର୍ଯ୍ୟବେକ୍ଷକଙ୍କୁ ନେଇ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଆଜିଠୁ ଆଇପିଏଲ ମହାକୁମ୍ଭ : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ

ସିରିଜ ଜିତିଲା ଭାରତ

0

ଇନ୍ଦୋର : ନ୍ୟୁଜିଲାଣ୍ଡକୁ ହରାଇ ସିରିଜ ଜିତି ଯାଇଛି ଭାରତ। ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳା ଯାଇଥିବା ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ବିସ୍ଫୋରକ ଶତକ ହାସଲ କରିଥିଲେ ଓ ଭାରତ ପାଇଁ ବିଶାଳ ସ୍କୋର କରିବାରେ ଯୋଗଦାନ ଦେଇଥିଲେ ।ଭାରତ ପୂର୍ବରୁ ଏହି ସିରିଜ୍‌କୁ ୨-୦ରେ ଜିତି ସାରିଥିବାରୁ ଆଜି ନିର୍ଭୟରେ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ୧୦୧, ଶୁବମନ ଗିଲଙ୍କ ୧୧୨ ଓ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ୫୪ ରନ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୮୫ ରନ କରିଥିଲା।

ଭାରତ ପକ୍ଷରୁ ରଖାଯାଇଥିବା ୩୮୬ ରନର ବିଜୟ ଲକ୍ଷ୍ୟର ଜବାବରେ ନ୍ୟୁଜିଲାଣ୍ଡ ୪୧.୨ ଓଭରରେ ୨୯୫ ରନ କରି ଅଲଆଉଟ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଦେଓ୍ବନ କନଓ୍ବେ ୧୩୮ ରନ କରିଥିବାବେଳେ ହେନେରି ନିକୋଲ୍ସ ୪୨ ରନ, ମିଟେଲ ସାଣ୍ଟନର ୩୪ ରନ ଓ ମାଇକେଲ ବ୍ରେସଓ୍ବେଲ ୨୬ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଓ କୁଳଦୀପ ଯାଦବ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ରୋହିତ ଶର୍ମା ୧୦୧ ରନ କରି ଆଉଟ ହୋଇଥିବାବେଳେ ଶୁଭମନ୍ ୧୧୨ ରନ କରି ଆଉଟ ହୋଇଛନ୍ତି । ରୋହିତ ୮୫ଟି ବଲ ଖେଳି ୧୦୧ କରିଥିବାବେଳେ ଶୁଭମନ ୧୧୨ ରନ କରିବା ପାଇଁ ୭୮ଟି ବଲ ଖେଳିଥିଲେ ।  ତେବେ ଦୁଇ ଓପନର ଆଉଟ ହେବା ପରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ । ବିରାଟ କୋହଲି ୩୬ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୫୪ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୩୮୫ ରନ କରିଥିଲା ।

Leave A Reply

Your email address will not be published.