ପ୍ରମୁଖ ଖବର

ବୀରମହାରାଜପୁରକୁ NAC ଘୋଷଣା କଲେ ମୁଖ୍ଯମନ୍ତ୍ରୀ
ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନାରେ ପୁଣି ଅଗ୍ନିକାଣ୍ଡ
ବିଜେଡି ଛାଡି ବିଜେପିରେ ଯୋଗଦେଲେ ପୂର୍ବତନ ବରୀ ବିଧାୟକ ଦେବାଶିଷ ନାୟକ

ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କୁ ଗିରଫ

0

କଟକ: ମୃତକ ଧନେଶ୍ବର ବେହେରାଙ୍କ ପରିବାର ଓ ସଂପର୍କୀୟ ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କ ନାଆଁରେ ବଡ ଅଭିଯୋଗ ଆଣିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ସାଦା ପୋଷାକରେ ଆସି ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରା, ଏସିଏଫ୍ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ ଧନେଶ୍ବର ବେହେରାଙ୍କୁ ଉଠାଇନେଇଥିଲେ। ସେମାନେ ପିଟିପିଟି ମାରି ଦେଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ତିନିଜଣଙ୍କୁ ତୁରନ୍ତ ଗିରଫ କରାଯିବା ସହ ମୃତକ ଧନେଶ୍ବର ବେହେରାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ଲାଗି ଦାବି ହୋଇଛି। ଏହି ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ ୬୫ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି। ସେପଟେ କଟକରୁ ଜଣେ ଅତିରିକ୍ତ ଏସପି ଘଟଣାସ୍ଥଳକୁ ଆସୁଥିବାର ଖବର ମିଳିଛି। ଆଠଗଡ଼ ବନଖଣ୍ଡର ୨ ଏସିଏଫ୍ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ ବି ଆଠଗଡ଼ ଥାନାରେ ଅଟକ ଅଛନ୍ତି। ଉଭୟଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।

Leave A Reply

Your email address will not be published.