ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ଆଜିଠାରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା

0

ଭୁବନେଶ୍ୱର: ଭୁବନେଶ୍ବର ୟୁନିଟ୍‌‌-୧ ଆଦିବାସୀ ପଡ଼ିଆରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦିବାସୀ ମହିଳାଙ୍କ ସହ ଫଟୋ ଉଠାଇଥିଲେ । ଷ୍ଟଲ୍ ବୁଲି ଆଦିବାସୀ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଏହି ମେଳା ୧୫ ଦିନ ଧରି ଚାଲିବ । ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ପ୍ରସ୍ତୁତି କରାଯାଇଛି ।

ଚଳିତ ଥର ୧୦ଟି ଆଦିବାସୀ ଗ୍ରାମ ସମେତ ୧୨୧ଟି ଷ୍ଟଲରେ ଜନଜାତି ମାନେ ସେମାନଙ୍କ କଳା ସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟ ଆଦି ବିକ୍ରି କରିବେ । ମେଳା ପରିସରରେ ଥିବା ସାଂସ୍କୃତିକ ମଞ୍ଚରେ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଅପରାହ୍ଣ ସାଢ଼େ ୨ଟାରୁ ରାତି ୯ଟା ଯାଏ ମେଳା ଖୋଲା ରହିବ ।

Leave A Reply

Your email address will not be published.