ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ଛତୁଚାଷ ପ୍ରଶିକ୍ଷଣ ଶିବିର

0

ଭୁବନେଶ୍ୱର, ୨୧/୦୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ଚନ୍ଦକା ପଂଚାୟତ କୁଜିମହଲ ଠାରେ ଉନ୍ନତ ଭାରତ ଯୋଜନା ପରିପ୍ରେକ୍ଷୀରେ ଏକ ଛତୁଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରରେ ଦଶ ଜଣ ଚାଷୀ ଓ ଏନଏସ୍‌ଏସ୍‌ର ସ୍ୱେଚ୍ଛା ସେବୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏବଂ ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଯୋଗ ଦେଇ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ଛତୁଚାଷ ବିଶାରଦ ଶ୍ରୀ ରାକେଶ ରୋଶନ ଶତପଥି ଓ ତାଙ୍କ ସହକାରୀ ଶ୍ରୀ ଦିବ୍ୟ ଜ୍ୟୋତି ସ୍ୱାଇଁ ଯୋଗ ଦେଇ ଛତୁଚାଷ କୁ କିପରି ବ୍ୟବସାୟ ଭିତିକ କରିହେବ ସେହି ବିଷୟରେ ଚାଷୀମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିବାବେଳେ ଛତୁଚାଷ ଜନିତ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନର ପ୍ରଣାଳୀ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ ।

ଏହି କାର୍ଯ୍ୟକ୍ରମର ଶେଷରେ ସମସ୍ତ ଚାଷୀମାନଙ୍କୁ ଛତୁ ଚାଷ ପାଇଁ ଆବଶ୍ୟକ ସାମଗ୍ରୀ ବଟଂନ କରାଯାଇଥିଲା । ଏନ୍‌ଏସ୍‌ଏସ୍‌ର କୋର୍ଡିନେଟର ପ୍ରଫେସର ନଚିକେତା ଶର୍ମା ଏବଂ ପ୍ରୋଗ୍ରାମ ଅଫିସର ଶ୍ରୀ ରାଜୀବ କୁମାର ବେହେରାଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.