ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ରାସ୍ତାରୁ ହଟିବ ୨୦ ଲକ୍ଷରୁ ଅଧିକ ପୁରୁଣା ଗାଡ଼ି

0

ଭୁବନେଶ୍ୱର: ରାସ୍ତାରୁ ହଟିବ ୧୫ବର୍ଷରୁ ଅଧିକ ପୁରୁଣା ଗାଡ଼ି। ଫିଟନେସ ଠିକ୍ ନଥିବା ଯାନକୁ ସ୍କ୍ରାପ କରାଯିବ। ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଗାଡ଼ି ରାସ୍ତାରୁ ହଟିବ। କେଉଁ କେଉଁ ଗାଡ଼ି ହଟିବ ସେ ନେଇ ଗୃହରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ୧୫ ବର୍ଷରୁ ଉଦ୍ଧ୍ୱର୍ ଫିଟନେସ ନଥିବା ଗାଡ଼ି ଗୁଡ଼ିକୁ ସ୍କ୍ରାପ କରାଯିବ । ଏଥିମଧ୍ୟରୁ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ଟି ମଟର ସାଇକେଲ ଓ ସ୍କୁଟର ରହିଛି । ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଏହି ଗାଡ଼ିକୁ ସ୍କ୍ରାପ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ସେହିପରି ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟନେସ ରହିଛି । ଫିଟନେସ ନଥିବା ଗାଡ଼ିକୁ ସ୍କ୍ରାପ ପାଇଁ ରାଜ୍ୟ ସରକାର ସ୍କ୍ରାପ ପଲିସି ୨୦୨୨ର ପ୍ରଣୟନ କରିଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତର ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ।

Leave A Reply

Your email address will not be published.