ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ଗିରଫ

0

ବାଲେଶ୍ବର: ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୁଲିସ । ଡିଆରଡିଓ ତଥ୍ୟ ଲିକ୍ ପ୍ରସଙ୍ଗରେ ବାଲେଶ୍ୱର ପୁଲିସ ପ୍ରେସ ମିଟ୍ କରି ସୂଚନା ଦେଇଛି ।

ଗଣମାଧ୍ୟମର ପ୍ରତିନିଧିଙ୍କୁ ଆଇଜି ହିମାଂଶୁ ଲାଲ ଓ ବାଲେଶ୍ବର ଏସ୍‌ପି ସାଗରିକା ନାଥ କହିଛନ୍ତି, ଯାହାକୁ ଗିରଫ କରାଯାଇଛି ତା’ପାଖରେ ତଥ୍ୟ ରହିଛି। ବାଲେଶ୍ୱର ପୁଲିସ ଏବଂ ସେଣ୍ଟରାଲ ଏଜେନ୍ସିର ମିଳିତ ଭାବେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରାଯାଇଛି।  ଅଭିଯୁକ୍ତ ଜଣକ ଦୀର୍ଘ ୧ ବର୍ଷ ପର୍ଯ୍ୟନ୍ତ ଭାରତର ପ୍ରତିରକ୍ଷା ସଂପର୍କିତ ତଥ୍ୟ ପାକିସ୍ତାନକୁ ଯୋଗାଇଥିଲା

ପ୍ରାଥମିକ ତଦନ୍ତରୁ ଜଣାପଡିଛି ମୋବାଇଲ୍ ମାଧ୍ୟମରେ ସେ ରାଓଲପିଣ୍ଡିରେ ଥିବା ବ୍ୟକ୍ତିଙ୍କୁ ତଥ୍ୟ ଲିକ୍ କରିଥିଲା। ହ୍ବାଟ୍‌ସଅପ ମାଧ୍ୟମରେ ମେସେଜ୍‌, ଫଟୋ ଓ ଭିଡିଓ ଦେଉଥିଲା। ଏହି ଘଟଣାର ନିରପେକ୍ଷ ତଦନ୍ତ ଚାଲିଛି। ଆଗକୁ ପଚରାଉଚରା ଚାଲିବ, ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗିରଫ ହୋଇଥିବା ବ୍ୟକ୍ତି ଜଣକ ଆଇଟିଆରର ବରିଷ୍ଠ ଅଧିକାରୀ ବୋଲି ସୂଚନା ମିଳିଛି। ଡିଆଡିଓ ତଥ୍ୟ ଲିକ୍ ପ୍ରସଙ୍ଗରେ ବାଲେଶ୍ୱର ପୁଲିସ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି।

Leave A Reply

Your email address will not be published.