ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ଟ୍ରାଇଥଲନ ପ୍ରତିଯୋଗିତାରେ ଜଣେ ଖେଳାଳୀଙ୍କ ମୃତ୍ୟୁ

0

ପୁରୀ: ପୁରୀ-କୋଣାର୍କ ରାସ୍ତାର ରାମଚଣ୍ଡୀଠାରେ ଚାଲିଥିବା ଟ୍ରାଇଥୋଲନ ପ୍ରତିଯୋଗିତାରେ ଭାଗ ନେଇଥିବା ଜଣେ ପ୍ରତିଯୋଗୀଙ୍କ ଆଜି ଅକାଳ ମୃତ୍ୟୁ ହୋଇଛି। ପ୍ରତିଯୋଗିତାରେ ଭାଗ ନେଇଥିବା ରାଜସ୍ଥାନ ଅଂଚଳର ନିତୀନ ସୋନିଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ; ଆୟୋଜିତ ପ୍ରତିଯୋଗିତାରେ ସୁଇମିଂ, ସାଇକ୍ଲିଂ, ଦଉଡ଼ ଭଳି ସମୂହ ପ୍ରତିଯୋଗିତା ହେଉଥିଲା। ଯେଉଁଥିରେ ଭାଗ ନେଇଥିଲେ ନିତିନ୍ । ତେବେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ କୋଣାର୍କ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ସଦର ମୁଖ୍ୟ ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ଏନେଇ ନିତିନଙ୍କ ପରିବାରକୁ ଖବର ଦିଆଯାଇଛି। ନିତିନଙ୍କ ଘର ରାଜସ୍ଥାନ ହୋଇଥିବା ବେଳେ ସେ ମୁମ୍ବାଇରେ ରହୁଥିଲେ। ରାମଚଣ୍ଡୀ ଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିଲେ। ଏଠାରେ ସେ ୧.୫ କିମି ସୁଇମିଂ, ୪୦ କିମି ସାଇକେଲିଂ, ୧୦ କେମି ଦଉଡ଼ରେ ଭାଗ ନେଇଥିଲେ। ତେବେ ପ୍ରତିଯୋଗିତାରେ କୌଶଳ ପ୍ରଦର୍ଶନ କରୁଥିବା ବେଳେ ସେ ଅସୁସ୍ଥତା ଅନୁଭବ କରି ନିକଟରେ ରହୁଥିବା ହୋଟେଲକୁ ଯିବାକୁ ଚାହିଁଥିଲେ।

Leave A Reply

Your email address will not be published.