ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଟ୍ରାଇଥଲନ ପ୍ରତିଯୋଗିତାରେ ଜଣେ ଖେଳାଳୀଙ୍କ ମୃତ୍ୟୁ

0

ପୁରୀ: ପୁରୀ-କୋଣାର୍କ ରାସ୍ତାର ରାମଚଣ୍ଡୀଠାରେ ଚାଲିଥିବା ଟ୍ରାଇଥୋଲନ ପ୍ରତିଯୋଗିତାରେ ଭାଗ ନେଇଥିବା ଜଣେ ପ୍ରତିଯୋଗୀଙ୍କ ଆଜି ଅକାଳ ମୃତ୍ୟୁ ହୋଇଛି। ପ୍ରତିଯୋଗିତାରେ ଭାଗ ନେଇଥିବା ରାଜସ୍ଥାନ ଅଂଚଳର ନିତୀନ ସୋନିଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ; ଆୟୋଜିତ ପ୍ରତିଯୋଗିତାରେ ସୁଇମିଂ, ସାଇକ୍ଲିଂ, ଦଉଡ଼ ଭଳି ସମୂହ ପ୍ରତିଯୋଗିତା ହେଉଥିଲା। ଯେଉଁଥିରେ ଭାଗ ନେଇଥିଲେ ନିତିନ୍ । ତେବେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ କୋଣାର୍କ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ସଦର ମୁଖ୍ୟ ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ଏନେଇ ନିତିନଙ୍କ ପରିବାରକୁ ଖବର ଦିଆଯାଇଛି। ନିତିନଙ୍କ ଘର ରାଜସ୍ଥାନ ହୋଇଥିବା ବେଳେ ସେ ମୁମ୍ବାଇରେ ରହୁଥିଲେ। ରାମଚଣ୍ଡୀ ଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିଲେ। ଏଠାରେ ସେ ୧.୫ କିମି ସୁଇମିଂ, ୪୦ କିମି ସାଇକେଲିଂ, ୧୦ କେମି ଦଉଡ଼ରେ ଭାଗ ନେଇଥିଲେ। ତେବେ ପ୍ରତିଯୋଗିତାରେ କୌଶଳ ପ୍ରଦର୍ଶନ କରୁଥିବା ବେଳେ ସେ ଅସୁସ୍ଥତା ଅନୁଭବ କରି ନିକଟରେ ରହୁଥିବା ହୋଟେଲକୁ ଯିବାକୁ ଚାହିଁଥିଲେ।

Leave A Reply

Your email address will not be published.