ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଲୋକାର୍ପିତ ହେଲା ଅତ୍ୟାଧୁନିକ ରକ୍ତ ସଂଗ୍ରହ ଓ ରକ୍ତ ସଂରକ୍ଷଣ ଯାନ

0

ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ରାଜ୍ୟ ଟିକା ସଂରକ୍ଷଣ ଭଣ୍ଡାର ଓ ୯ଟି ଆଞ୍ଚଳିକ ଟିକା ସଂରକ୍ଷଣ କେନ୍ଦ୍ର ପାଇଁ ୧୦ଟି ‘ତାପ ସଂରକ୍ଷିତ ଯାନ’ ଏବଂ ଅତ୍ୟାଧୁନିକ ରକ୍ତ ସଂଗ୍ରହ ଓ ରକ୍ତ ସଂରକ୍ଷଣ ସୁବିଧା ସମ୍ପନ୍ନ ୫ଟି ‘ରକ୍ତ ସଂଗ୍ରହ ଯାନ’ ଲୋକାର୍ପଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ଅତ୍ୟାଧୁନିକ ରକ୍ତ ସଂଗ୍ରହ ଓ ରକ୍ତ ସଂରକ୍ଷଣ ସୁବିଧା ରାଜ୍ୟର ବିଭିନ୍ନ ଅଞ୍ଚଳରେ ସେବା ଯୋଗାଇବାରେ ଅଧିକ ‌ଲାଭଦାୟକ ହୋଇପାରିବ। ୫ଟି ରକ୍ତ ସଂଗ୍ରହ ଯାନ ମଧ୍ୟରୁ କେନ୍ଦୁଝର ପାଇଁ ଦୁଇଟି, ଅନୁଗୁଳ, ଝାରସୁଗୁଡ଼ା ଓ କନ୍ଧମାଳ ପାଇଁ ଗୋଟିଏ ସାମିଲ ରହିଛି।

ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ୫୬ଟି ରକ୍ତଭଣ୍ଡାର ଓ ୧୪ଟି ମୋବାଇଲ ରକ୍ତ ସଂଗ୍ରହ ଯାନ ରହିଛି। ଆଗାମୀ ଦିନରେ ଆହୁରି ଅଧିକ ରକ୍ତ ସଂଗ୍ରହ ଯାନ ସାମିଲ ହେବ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ ଜରିଆରେ କୁହାଯାଇଛି।

Leave A Reply

Your email address will not be published.