ପ୍ରମୁଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଟେଣ୍ଟ, ୩ ମୃତ
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ
ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା, ଟ୍ରେନରେ ଛାଡିଦେଲା ମୃତଦେହ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ: ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ସୋଆ କୃଷି ମହାବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକ ମହୋତ୍ସବ “ଅନ୍ନ” ଅନୁଷ୍ଠିତ

0

ଭୁବନେଶ୍ୱର, ୧୦/୦୩ : ସୋଆ ଅଧିନସ୍ଥ କୃଷି ମହାବିଦ୍ୟାଳୟ ଇନଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍‌ (ଆଇଏଏସ୍‌)ର ବାର୍ଷିକ ମହୋତ୍ସବ ‘ଅନ୍ନ’ ମାର୍ଚ୍ଚ ୯ ଓ ୧୦ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉତ୍ସବର ସଫଳତା କାମନା କରିବା ସହ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ କୃଷକ – ବୈଜ୍ଞାନିକ ଆଲୋଚନାକୁ ସମ୍ବୋଧିତ କରିଥିଲେ ।

ଏହି ଆଲୋଚନାରେ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଚକ୍ରଧର ପଣ୍ଡା ଯୋଗ ଦେଇ କୃଷକମାନଙ୍କୁ ଜ୍ଞାନ ହିଁ ବିଜ୍ଞାନର ଆଧାର ବୋଲି କହିଥିଲେ । କୃଷି ମହାବିଦ୍ୟାଳୟର ଡିନ୍ ତଥା ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏହି ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେବା ସହ କୀଟତତ୍ୱବିତ୍ ପ୍ରଫେସର ବିଜୟ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ । ଏଥିରେ ରାଜ୍ୟର ବିଭିନ୍ନ ଅଂଚଳରୁ ଶତାଧିକ କୃଷକ ଯୋଗ ଦେଇଥିଲେ । ସେହିପରି ଦ୍ୱିତୀୟ ଦିନ ଏହି ଉତ୍ସବକୁ ଉଦ୍‌ଘାଟନ କରି ସୋଆର କୁଳାଧିପତି ପ୍ରଫେସର ଦେବୀ ପ୍ରସାଦ ରାୟ ଅନ୍ନ ହିଁ ଗୋଟିଏ ଜାତି ଓ ସଭ୍ୟତାର ଭିତିଭୂମି ବୋଲି କହିଥିଲେ ।

ସୋଆ ଦ୍ୱାରା ୨୦୧୩ ମସିହାରେ ସ୍ଥାପିତ କୃଷି ମହାବିଦ୍ୟାଳୟ ୧୦ ବର୍ଷ ମଧ୍ୟରେ ଅନେକ ଅଗ୍ରଗତି କରିଛି ବୋଲି କହି ଛାତ୍ରଛାତ୍ରୀମାନେ ଏଠାରୁ ଉତୀର୍ଣ୍ଣ ହେବା ପରେ ଉତମ କର୍ମସଂସ୍ଥାନ ପାଇ ପାରୁଛନ୍ତି ବୋଲି ପ୍ରଫେସର ରାୟ ଉଲ୍ଲେଖ କରିଥିଲେ । ଏହି ଶିକ୍ଷାନୁଷ୍ଠାନ ଆରମ୍ଭ ବେଳେ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ନାମ ଲେଖାଇଥିବା ବେଳେ ଆଜି ଛାତ୍ରଛାତ୍ରୀ ସଂଖ୍ୟା ୧୪୦୦ରୁ ଅଧିକ ବୋଲି ସେ କହିଥିଲେ ।

ଉଦ୍‌ଘାଟନ ଉତ୍ସବରେ ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ, ଉପକୁଳପତି ତଥା ସୋଆର ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିଥିଲେ । କୃଷି ମହାବିଦ୍ୟାଳୟର ସହକାରୀ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଧନ୍ୟବାଦ ଦେଇଥିଲେ । ଏହି ଉତ୍ସବରେ “ଅନ୍ନ”ର ବାର୍ଷିକ ସ୍ମରଣୀକା ଉନ୍ମୋଚିତ ହୋଇଥିଲା ଓ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ମହାବିଦ୍ୟାଳୟର ଛାତ୍ରୀ କୁମାରୀ ବନିତା ପାତ୍ର ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବାରୁ ତାଙ୍କୁ କୁଳାଧିପତି ଏହି ଉତ୍ସବରେ ସମ୍ମାନିତ କରିଥିଲେ । ଏହାଛଡା କୁମାରୀ ଯୋଗଜନ୍ମା ସାହୁ ଗତ ଶିକ୍ଷା ବର୍ଷରେ ଅନୁଷ୍ଠାନର ଶ୍ରେଷ୍ଠ ଗ୍ରାଜୁଏଟ୍ ହୋଇଥିବାରୁ ତାଙ୍କ ଅନୁପସ୍ଥିତିରେ ତାଙ୍କର ପିତାମାତାଙ୍କୁ ସମ୍ମାନିତ କରାଯାଇଥିଲା । ଉଭୟ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଓଡିଆ ସିନେମା ଜଗତର ଖ୍ୟାତନାମା ଗାୟକ କୁଳଦୀପ ପଟ୍ଟନାୟକ, ସନ୍ନତ ଓ ଡିଜେ ଏଜେକ୍ସଙ୍କ ଦ୍ୱାରା ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡ. ଭୁବନା ନନ୍ଦ ଅଧିକାରୀ ଓ ଡ. ଚକ୍ରଧର ପାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଡ. ଅଂଶୁମାନ ଜେନା, ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ଓ ଶ୍ରୀ ମାନସ ଦାସ ଉତ୍ସବ ପରିଚାଳନା କରିଥିଲେ ।

Leave A Reply

Your email address will not be published.