ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

’ଏଚ୩ଏନ୨’ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ୍

0

ଭୁବନେଶ୍ବର: ରାଜ୍ୟରେ ୫୯ଜଣ  ନୂଆ ଭୂତାଣୁ ଏଚ୩ଏନ୨ ସଂକ୍ରମିତ ଚିହ୍ନଟ ହେବାପରେ ରାଜ୍ୟ ସରକାର ଆଜି ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ନଥିବାରୁ ମାସ୍କ ପିନ୍ଧିବା ସହ ଛିଙ୍କିବାବେଳେ ରୁମାଲ ବ୍ୟବହାର କରିବା ଓ ସଂକ୍ରମିତଙ୍କଠୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।  ଦେଶର ବିଭିନ୍ନ ଭାଗରେ ଏହି ଇନଫ୍ଲୁଏଞ୍ଜାର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ କୋଭିଡ-୧୯ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, କୋଭିଡ-୧୯ର ଲକ୍ଷଣ ଭଳି ସମାନ ଲକ୍ଷଣ ଏଚ୩ଏନ୨ ର ରହିଛି । ତେବେ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ, କେବଳ ସତର୍କତା ଅବଲବମ୍ବନ କରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଓ ରୋଗପ୍ରତିରୋଧକ କ୍ଷମତା କମ୍ ସେମାନଙ୍କ ନିମନ୍ତେ ଏହା ଅଧିକ କ୍ଷତିକାରକ ହେବାର ଆଶଙ୍କା ରହିଛି । ଭୀଷଣ ଜ୍ୱର, ଥଣ୍ଡା, କଫ, ଗଳା ଦରଜ ଓ ମୁଣ୍ଡବ୍ୟଥା ଭଳି ଲକ୍ଷଣ ଏଥିରେ ଦେଖାଯାଏ । ତେବେ ଏହି ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନି । ତେଣୁ ପ୍ରତିଷେଧକମୂଳକ ପଦକ୍ଷେପସ୍ୱରୂପ , ଲୋକେ କୋଭିଡ-୧୯ ଗାଇଡଳାଇନକୁ କଡ଼ାକଡ଼ି ପାଳନ କରିବା ଉଚିତ୍‌ । ମାସ୍କ ପିନ୍ଧିବା ସହ ଛିଙ୍କ-କାଶବେଳେ ରୁମାଲ ଆଦି ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଯେଉଁମାନଙ୍କ ଶରୀରରେ ଏଭଳି ଲକ୍ଷଣ ଦେଖାଯାଉଛି ସେମାନଙ୍କଠୁ ଦୂରେଇ ରହିବାକୁ ମଧ୍ୟ ସେ ସତର୍କ କରାଇଛନ୍ତି ।

Leave A Reply

Your email address will not be published.