ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ଶ୍ରୀଜିଉଙ୍କ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

0

ପୁରୀ; ଆଜି ଅପରାହ୍ଣରେ ଶ୍ରୀଜିଉଙ୍କ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମନ୍ଦିରର ଭିତର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲୋଡିଥିଲେ। ଶ୍ରୀଜିଉଙ୍କୁ ତୁଳସୀ ଲାଗି କରିବା ପରେ ମନ୍ଦିର ବେଢା ବୁଲିଥିଲେ ମମତା। ପରେ ବେହରଣ ଦ୍ୱାରରୁ ବାହାରି ମୁକ୍ତି ମଣ୍ଡପରେ ମୁଣ୍ଡିଆ ମାରିଥିଲେ। ପାର୍ଶ୍ୱ ଦେବୀ ମା ବିମଳାଙ୍କ ଦର୍ଶନ କରିବା ସହ ପତିତପାବନ ବାନା ବନ୍ଧା ଯିବାର ଦୃଶ୍ୟ ମଧ୍ୟ ଦେଖିଥିଲେ।

ସେପଟେ ପୁରୀରେ ନିର୍ମାଣ ହେବ ପଶ୍ଚିମବଙ୍ଗ ଭବନ। ଏଥିପାଇଁ ସେ ଜାଗା ଦେଖିଛନ୍ତି। ପୁରୀ ବଳିଆପଣ୍ଡା ଅଂଚଳରେ ଚିହ୍ନଟ ହୋଇଥିବା ଜାଗାକୁ ମୁଖ୍ୟ ସଚିବ ପ୍ରଦୀପ ଜେନା ଦେଖାଇଥିବା ବେଳେ ମମତା ପସନ୍ଦ ବି କରିଛନ୍ତି। ପଶ୍ଚିମବଙ୍ଗରୁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ସେଠାରେ ଅତିଥି ଭବନ ନିର୍ମାଣ ହେବ। ସ୍ୱଳ୍ପ ଖର୍ଚ୍ଚରେ ବଙ୍ଗୀୟ ପର୍ଯ୍ୟଟକ ଏହି ଅତିଥି ଭବନରେ ରହିପାରିବେ। ବଙ୍ଗାଳୀ ଅତିଥି ଭବନ ପାଇଁ ଜମି ପରିଦର୍ଶନ କରିବା ପରେ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଦୁଇ ଭଉଣୀ ସହ ତୁଳନା କରିଛନ୍ତି ମମତା ବାନାର୍ଜୀ।

ମମତା ବାନାର୍ଜୀ ଆଜି ରାତିରେ ପୁରୀରେ ରହିବେ। ଆସନ୍ତାକାଲି ମମତା ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭେଟ ପରେ ରାଜ୍ୟ ସରକାର କେତେ ପରିମାଣର ଜମି ଯୋଗାଇବେ ତାହା ସ୍ପଷ୍ଟ ହେବ।

Leave A Reply

Your email address will not be published.