ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଶ୍ରୀଜିଉଙ୍କ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

0

ପୁରୀ; ଆଜି ଅପରାହ୍ଣରେ ଶ୍ରୀଜିଉଙ୍କ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମନ୍ଦିରର ଭିତର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲୋଡିଥିଲେ। ଶ୍ରୀଜିଉଙ୍କୁ ତୁଳସୀ ଲାଗି କରିବା ପରେ ମନ୍ଦିର ବେଢା ବୁଲିଥିଲେ ମମତା। ପରେ ବେହରଣ ଦ୍ୱାରରୁ ବାହାରି ମୁକ୍ତି ମଣ୍ଡପରେ ମୁଣ୍ଡିଆ ମାରିଥିଲେ। ପାର୍ଶ୍ୱ ଦେବୀ ମା ବିମଳାଙ୍କ ଦର୍ଶନ କରିବା ସହ ପତିତପାବନ ବାନା ବନ୍ଧା ଯିବାର ଦୃଶ୍ୟ ମଧ୍ୟ ଦେଖିଥିଲେ।

ସେପଟେ ପୁରୀରେ ନିର୍ମାଣ ହେବ ପଶ୍ଚିମବଙ୍ଗ ଭବନ। ଏଥିପାଇଁ ସେ ଜାଗା ଦେଖିଛନ୍ତି। ପୁରୀ ବଳିଆପଣ୍ଡା ଅଂଚଳରେ ଚିହ୍ନଟ ହୋଇଥିବା ଜାଗାକୁ ମୁଖ୍ୟ ସଚିବ ପ୍ରଦୀପ ଜେନା ଦେଖାଇଥିବା ବେଳେ ମମତା ପସନ୍ଦ ବି କରିଛନ୍ତି। ପଶ୍ଚିମବଙ୍ଗରୁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ସେଠାରେ ଅତିଥି ଭବନ ନିର୍ମାଣ ହେବ। ସ୍ୱଳ୍ପ ଖର୍ଚ୍ଚରେ ବଙ୍ଗୀୟ ପର୍ଯ୍ୟଟକ ଏହି ଅତିଥି ଭବନରେ ରହିପାରିବେ। ବଙ୍ଗାଳୀ ଅତିଥି ଭବନ ପାଇଁ ଜମି ପରିଦର୍ଶନ କରିବା ପରେ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଦୁଇ ଭଉଣୀ ସହ ତୁଳନା କରିଛନ୍ତି ମମତା ବାନାର୍ଜୀ।

ମମତା ବାନାର୍ଜୀ ଆଜି ରାତିରେ ପୁରୀରେ ରହିବେ। ଆସନ୍ତାକାଲି ମମତା ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭେଟ ପରେ ରାଜ୍ୟ ସରକାର କେତେ ପରିମାଣର ଜମି ଯୋଗାଇବେ ତାହା ସ୍ପଷ୍ଟ ହେବ।

Leave A Reply

Your email address will not be published.