ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ନବୀନଙ୍କୁ ଭେଟିଲେ ମମତା

0

ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନନିବାସଠାରେ ସାକ୍ଷାତ କରିଛନ୍ତି। ଆଜି ଦୁଇଦିନିଆ ପୁରୀ ଗସ୍ତ ଶେଷ କରି ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ନବୀନ-ମମତା ସାକ୍ଷାତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

ସାକ୍ଷାତ ଶେଷ ହେବା ପରେ ସାମ୍ବାଦିକଙ୍କ ପ୍ରଶ୍ନର ପ୍ରତିକ୍ରିୟା ରଖି ମମତା କହିଥିଲେ, ନବୀନ ଜଣେ ବଡ଼ ନେତା । ଓଡ଼ିଶାର ଆତିଥ୍ୟରେ ମୁଁ ଖୁସି । ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରୁଛୁ। ନବୀନଙ୍କୁ ପଶ୍ଚିମବଙ୍ଗ ଆସିବାକୁ ମୁଁ ନିମନ୍ତ୍ରଣ କରୁଛି। ମମତା କହିଥିଲେ,ପୁରୀରେ ଜମି ଯୋଗାଇ ଦେଇଥିବାରୁ ନବୀନଙ୍କୁ ଧନ୍ୟବାଦ। ଓଡିଶା-ପଶ୍ଚିମବଙ୍ଗ ମଧ୍ୟରେ ସଂର୍ପକ ନିବିଡ ରହିଛି। ଦୁଇ ରାଜ୍ୟ ମଧ୍ୟରେ ଶିଳ୍ପ କରିଡର ନେଇ ଆଶ ରହିଛି। ତେବେ ଏହା ସଂପୂର୍ଣ୍ଣ ସୌଜନ୍ୟମୂଳକ ସାକ୍ଷାତ ଥିଲା । ୨୦୨୪ ସାଧାରଣ ନିର୍ବାଚନକୁ ବର୍ଷେ ଅଛି । ଏବେଠାରୁ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ । ଆମେ ବି କୌଣସି ରାଜନୈତିକ ଆଲୋଚନା କରିନୁ । ନବୀନଙ୍କ ନିକଟରେ ମୁଁ କୃତଜ୍ଞ।

Leave A Reply

Your email address will not be published.