ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭିଡିଓ କନଫରେନ୍ସିଂ ଜରିଆରେ ଘରୁ କାମ କରିବେ ଓକିଲ

0

ନୂଆଦିଲ୍ଲୀ: ପୁଣି ଥରେ ଦେଶରେ ବଢ଼ିଲାଣି କରୋନା ସଂକ୍ରମଣ । ଏଥିପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ଘରୁ କାମ କରିପାରିବେ ବୋଲି ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଗତ କିଛି ଦିନ ଧରି ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଓ୍ବାର୍କ ଫ୍ରମ ହୋମ ଲାଗି ଗ୍ରୀନ ସିଗନାଲ ଦେଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଜେ.ବି. ପାର୍ଦିଓ୍ବାଲା ।

ସୂଚନାଯୋଗ୍ୟ: ଆଜିଠୁ ଭିଡିଓ କନଫରେନ୍ସିଂ ଜରିଆରେ ଓକିଲମାନେ ହାଜର ହୋଇପାରିବେ ବୋଲି କହିଛନ୍ତି କୋର୍ଟ । ଗତକାଲି ଦେଶରେ ମୋଟ କୋଭିଡ ସଂକ୍ରମଣ ସଂଖ୍ୟା ୪ ହଜାର ୪୩୫ ହୋଇଥିବାବେଳେ ଗତ କିଛିଦିନ ଧରି ଉପରମୁହାଁ ରହିଛି କରୋନା ଗ୍ରାଫ । ଗତ ୧୬୩ ଦିନ ମଧ୍ୟରେ ଗତକାଲି ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୨୩ ହଜାର ୦୧ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୪୭ ଲକ୍ଷ ହୋଇଥିବାବେଳେ ପ୍ରାଣ ହରାଇଲେଣି ୫ ଲକ୍ଷ ୩୦ ହଜାର ୯୧୬ ।

Leave A Reply

Your email address will not be published.