ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

‘ମଙ୍ଗଳମ୍‌’ କପଡ଼ା ସୋ’ ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

0

ଅନୁଗୁଳ: ଅନୁଗୁଳ ସହର ଶଙ୍କର ସିନେମା ରୋଡ୍ ସ୍ଥିତ ‘ମଙ୍ଗଳମ୍‌’ କପଡ଼ା ସୋ’ ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଛାରଖାର ହୋଇଯାଇଛି। ନିଆଁ ଭୟଙ୍କର ରୂପ ନେଇଛି। ଅଗ୍ନିକାଣ୍ଡର କାରଣ ବିଦ୍ୟୁତ୍‌ ସର୍ଟସର୍କିଟ୍ ବୋଲି କୁହାଯାଉଛି। ବିଦ୍ୟୁତ୍‌ ପ୍ୟାନେଲ୍ ବୋର୍ଡରୁ ସୂତ୍ରପାତ ହୋଇଥିବା ପ୍ରଥମ ନିଆଁ ତଳ ସୋ’ ରୁମ୍‌ ସହିତ ଉପର ଦୁଇ ମହଲା କୋଠାକୁ ଜାଳି ଦେଇଛି। ଘଟଣାରେ ୨୦ ଲକ୍ଷ ଟଙ୍କାର କପଡ଼ା ପୋଡ଼ି ଛାରଖାର୍‌ ହୋଇଛି।

ଖବର ମିଳିବା ପରେ ଅନୁଗୁଳ ଅଗ୍ନିଶମ ବାହିନୀ କିଛି ସମୟ ଭିତରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଦ୍ୟୁତ୍‌ ବିଭାଗ ତୁରନ୍ତ ବିଦ୍ୟୁତ୍‌ କାଟିଲା ପରେ ତିନି ତିନିଟା ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଘଟଣାରେ କ୍ଷୟକ୍ଷତିର ଆକଳନ ସରିନାହିଁ। ତଥାପି କ୍ଷୟକ୍ଷତି ପ୍ରାୟ ୨୦ଲକ୍ଷରୁ କମ୍ ନୁହେଁ ବୋଲି ଅଗ୍ନିଶମ ବିଭାଗ କର୍ମଚାରୀ ସୁକାନ୍ତ ନାଥ ପ୍ରକାଶ କରିଛନ୍ତି। ଏ ସୋ’ରୁମ୍‌ କୌଣସି ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିନଥିଲା। ଅଗ୍ନିଶମ ବାହିନୀଠୁ ସୋ’ ରୁମ୍‌ କର୍ତୃପକ୍ଷ କୌଣସି ସାର୍ଟିଫିକେଟ୍ ବି ନେଇ ନ ଥିଲେ ବୋଲି ଶ୍ରୀ ନାଥ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.