ପ୍ରମୁଖ ଖବର

ରାଜଧାନୀ ଭୁବନେଶ୍ୱରରେ ଗଡ଼ିଲା ଡବଲ ଡେକର ବସ
ଏବେ ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି ପାଇଁ ଜାଗା ମଞ୍ଜୁର କଲେ କେନ୍ଦ୍ର ସରକାର
ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅରୁଣପୁର ଗାଁ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ୯ ବର୍ଷର ପୁଅ ଓ ବାପାଙ୍କ ମୃତ୍ୟୁ
ଫେବୃଆରୀ ୫ରେ ଦିଲ୍ଲୀ ଭୋଟ୍‌
ସଲମାନ ଖାନଙ୍କ ବାଲ୍‌କୋନୀରେ ଲାଗିଲା ବୁଲେଟ୍‌ ପ୍ରୁଫ୍‌ କାଚ
ହଂସିତା ଅଭିଲିପ୍ସାଙ୍କ ଘର ସହ ୧୨ଟି ସ୍ଥାନରେ ଆୟକର ବିଭାଗର ଚଢାଉ

ଓଡ଼ିଶାରେ ହେବ ଜିମ୍ନାଷ୍ଟିକ୍ ହାଇପରଫରମାନ୍ସ ସେଣ୍ଟର

0

ଭୁବନେଶ୍ବର: କ୍ରୀଡ଼ା ବିଭାଗ ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି । ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଓଡିଶାରେ ପ୍ରତିଷ୍ଠା କରିବ ଜିମ୍ନାଷ୍ଟିକ୍ ହାଇପରଫରମାନ୍ସ ସେଣ୍ଟର । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଅବସରରେ ଆର୍ସେଲର ମିତ୍ତର ନିପ୍ପନ ଷ୍ଟିଲ ଅଧିକାରୀଙ୍କ ସହ ଏନେଇ ଆଲୋଚନା ହୋଇଛି ।  ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।

ବିଶ୍ବସ୍ତରୀୟ ସ୍ପୋର୍ଟ୍ସ ସେଣ୍ଟର ଭବିଷ୍ୟତରେ ଜିମ୍ନାଷ୍ଟିକ କ୍ଷେତ୍ର ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ । ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଉପରେ ଥିବା ଫୋକସକୁ ନେଇ ଆଲୋଚନା କରିଥିଲେ । ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ଷ୍ଟାଡିୟମ ବିଷୟରେ ମଧ୍ୟ କହିଥିଲେ । ଯାହା ରେକର୍ଡ ସମୟ ୧୫ ମାସ ମଧ୍ୟରେ ତିଆରି ହୋଇଥିଲା । କିଛିଦିନ ତଳେ କୋୟଟୋର ଦୋଶିସା ବିଶ୍ବବିଦ୍ୟାଳୟର ଏକ ପ୍ରତିନିଧି ଦଳ କିଟ୍‌ ବିଶ୍ବବିଦ୍ୟାଳୟ ଆସିଥିଲେ । ସେମାନେ ଓଡ଼ିଶା ଆସି ଏଠାରେ ଅନେକ ସମ୍ଭାବନାର ସୁଯୋଗ ଦେଖିବାକୁ ପାଇଥିଲେ । କ୍ରୀଡା  ଓ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟରେ ଏଭଳି ପ୍ରତିନିଧି ଦଳ ଓଡ଼ିଶା ଆସି ସମ୍ଭାବନା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଓ ଜାପାନ ମଧ୍ୟରେ ସମ୍ପର୍କର ନୂଆ ଦିଗ ପ୍ରତି ଦୃଷ୍ଟି ଦେବାକୁ ଅପିଲ କରିଥିଲେ ନବୀନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତରେ ନିବେଶ ପ୍ରସ୍ତାବ ଆସୁଥିବା ବେଳେ ଓଡ଼ିଶା ବିକାଶର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ଆଇଟି ଓ ଆଇଟିଏସ୍ କ୍ଷେତ୍ରରେ ରାଜ୍ୟରେ ଥିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଫୁଜି ସଫ୍ଟ ଗ୍ରୁପ୍ ଭୁବନେଶ୍ବରରେ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଖୋଲିବାକୁ ପ୍ରସ୍ତାବ ଦେଇଛି । ରାଜ୍ୟର ଦକ୍ଷତା ବିକାଶ ପଦକ୍ଷେପକୁ ଧ୍ୟାନରେ ରଖି ନିଟକଲ OUTR ସହିତ ମିଳିତ ଭାବେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବ । ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆର ଲଜିଷ୍ଟିକ୍ ଏବଂ ଷ୍ଟୋରେଜରେ ନିବେଶ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ପ୍ରସ୍ତାବ ଦେଇଛନ୍ତି ।

NYK ଲାଇନ୍ସ ଗ୍ରୀନ୍ ଆମୋନିୟା ପରିବହନ ପାଇଁ ପାରାଦୀପ, ଗୋପାଳପୁର, ଧାମରାରେ ନିବେଶ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛି । ଏହି ଅବସରରେ ଓଡ଼ିଶାରେ ଥିବା ବନ୍ଦରରେ ବର୍ତ୍ତମାନ ଥିବା ବ୍ୟବସ୍ଥା ଓ ଦକ୍ଷତା ସମ୍ପର୍କରେ ଆଲୋଚନା ହୋଇଛି । ଗ୍ରୀନ ଆମୋନିଆ ଓ ହାଇଡ୍ରୋଜେନ ଟ୍ୟାଙ୍କ ଏବଂ ଷ୍ଟୋରେଜ ଫେସିଲିଟି ପାଇଁ ସୁମିଟୋମୋ କର୍ପୋରେସନ ମଧ୍ୟ ନିବେଶ କରିବାକୁ ପ୍ରସ୍ତାବ ଦେଇଛି । ସେମାନେ ଗୋପାଳପୁରରେ ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ନିବେଶର ରୋଡମ୍ୟାପ ଦେଖେଇବା ସହ ହେବାକୁ ଥିବା ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସମର୍ଥନ ରହିବ ବୋଲି କହିଛନ୍ତି ।

ପର୍ଯ୍ୟଟନ ଶିଳ୍ପ, ବୌଦ୍ଧ ଧର୍ମଭିତ୍ତିକ ଇକୋଟୁରିଜିମ କ୍ଷେତ୍ରର ବିକାଶ ଉପରେ ଜାପାନ ପ୍ରତିନିଧିଙ୍କ ସହ  ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟତଃ ଜାପାନ-ଓଡିଶା ମଧ୍ୟରେ ସାଂସ୍କୃତିକ ଓ ବାଣିଜ୍ୟିକ ସଂପର୍କକୁ ଅଧିକ ସୁଦୃଢ କରିବା ପାଇଁ  ଆଲୋଚନା କରାଯାଇଛି ।

Leave A Reply

Your email address will not be published.