ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ତାତିରେ ସିଝିଲା ରାଜଧାନୀ: ଆଗକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

0

ଭୁବନେଶ୍ବର; ପ୍ରବଳ ତାତିରେ ସିଝୁଛି ରାଜଧାନୀ ଭୁବନେଶ୍ୱର । ରାଜଧାନୀରେ ପ୍ରଥମଥର ପାଇଁ ୪୦ ଡିଗ୍ରୀ ଟପିଲା ତାତି । ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀରେ ୪୦.୪ ଡିଗ୍ରୀ ରେକର୍ଡ । ତେବେ ଝାରସୁଗୁଡାରେ ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ସାଢେ ୨ଟା ସୁଦ୍ଧା ଝାରସୁଗୁଡାରେ ୪୦.୮ ଡିଗ୍ରୀ ରେକର୍ଡ କରାଯାଇଛି ।

ଏହାଛଡା, ସମ୍ବଲପୁରରେ ୪୦.୬ ଡିଗ୍ରୀ, ହୀରାକୁଦରେ ୩୯.୨ ଡିଗ୍ରୀ, ଚାନ୍ଦବାଲି ୩୮.୪ ଡିଗ୍ରୀ, ବାଲେଶ୍ୱର ୩୭.୪ ଡିଗ୍ରୀ, କେନ୍ଦୁଝର ୩୭.୪ ଡିଗ୍ରୀ, ପୁରୀ ୩୪.୨ ଡିଗ୍ରୀ, ଗୋପାଳପୁର ୩୩.୮ ଡିଗ୍ରୀ, ପାରାଦୀପରେ ସାଢେ ୨ଟା ସୁଦ୍ଧା ୩୨.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ଆଗକୁ ପ୍ରବଳ ଖରାକୁ ଆଖି ଆଗରେ ରଖି ପାଣିପାଗ ବିଭାଗ କହିଛି ଉତ୍ତର-ପଶ୍ଚିମ-ପଶ୍ଚିମରୁ ପ୍ରବାହିତ ତତଲା ବାୟୁ ଓଡ଼ିଶା ମଧ୍ୟକୁ ପ୍ରବାହିତ ହେବ। ଫଳରେ ଦିନର ତାପମାତ୍ରା ସ୍ୱଭାବିକଠାରୁ ୩ରୁ ୪ ଡିଗ୍ରୀ ବଢ଼ିବ। ବିଶେଷକରି ଆଭ୍ୟନ୍ତରିତ ଓଡ଼ିଶାରେ ଆସନ୍ତା ୪ ଦିନ ପାଇଁ ଅସହ୍ୟ ତାତି ଅନୁଭୂତ ହେବ। ଅର୍ଥାତ ଦିନର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ୩ରୁ ୫ ଡିଗ୍ରୀ ରେକର୍ଡ ହୋଇପାରେ। ଏଥିପାଇଁ ଲୋକମାନେ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଘରୁ ବାହାରିବା ବେଳେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରନ୍ତୁ। ଏପରି ପାଗ ଆଗାମୀ ୪ରୁ ୫ଦିନ ପର୍ଯ୍ୟନ୍ତ ଲାଗି ରହିପାରେ।

ସେହିପରି ୧୫ ତାରିଖ ସକାଳ ସାଢ଼େ ୮ଟାରୁ ୧୬ ତାରିଖ ସକାଳ ୮.୩୦ ଯାଏଁ ଦେବଗଡ଼, ଅନୁଗୋଳ, ବୌଦ୍ଧ, ଝାରସୁଗୁଡ଼ା, ସମ୍ୱଲପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହିଟ୍‌ ୱେଭ୍‌ ଅନୁଭୂତ ହେବ। ସେଥିପାଇଁ ଏହି ସବୁ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.