ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଏସଓପି ପ୍ରସ୍ତୁତ କରିବ ଗୃହମନ୍ତ୍ରଣାଳାୟ

0

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମାଫିଆ ଡନ୍ ଅତିକ୍ ଅହମଦ ଏବଂ ତାର ଭାଇ ଅସରଫର ହତ୍ୟା ଘଟଣା ପରେ ଗୃହମନ୍ତ୍ରଣାଳାୟ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଗୃହ ମନ୍ତ୍ରଣାଳୟ ଏସଓପି ପ୍ରସ୍ତୁତ କରିବା ନେଇ ନିଷ୍ପତ୍ତି ନେଇଛି ।

ପ୍ରକାଶଥାଉକି, ଅତିକ ଏବଂ ଅସରଫର ହତ୍ୟା କରିଥିବା ଆକ୍ରମଣକାରୀ ସାମ୍ବାଦିକ ବେଶ ଧରି ମିଡିଆକର୍ମୀଙ୍କ ମଧ୍ୟରେ ପ୍ରବେଶ କରିଥିଲେ ଏବଂ ସୁଯୋଗ ଦେଖି ଘଟଣାକୁ ରୂପ ଦେଇଥିଲେ । ଏହି ହତ୍ୟାକାଣ୍ଡରେ ସାମିଲ ଥିବା ତିନିଜଣ ସହଯୋଗୀ ସାମ୍ବାଦିକ ବେଶରେ ଆସିଥିଲେ । ଯେତେବେଳେ ଆକ୍ରମଣ ହୋଇଥିଲା ସେହି ସମୟରେ ସାମ୍ବାଦିକମାନେ ଅତିକ ଏବଂ ଅସରଫକୁ ପ୍ରଶ୍ନ ପଚାରୁଥିଲେ । ନିକଟରେ ଅତିକକୁ ସାବରମତୀ ଜେଲରୁ ୟୁପି ଅଣାଯାଇଥିଲା । ପୋଲିସ ତାକୁ ନିଜ ହେପାଜତକୁ ନେଇ ଉମେଶ ପାଲ ହତ୍ୟାକାଣ୍ଡ ମାମଲାର ତଦନ୍ତ ଚଳାଇଥିଲା । ତାଙ୍କ ସହ ଭାଇ ଅସରଫ ମଧ୍ୟ ଥିଲା । ଯେଉଁ ସମୟରେ ଉଭୟ ଭାଇଙ୍କ ଉପରେ ଗୁଳି ଚଳାଯାଇଥିଲା ସେତେବେଳେ ସେମାନଙ୍କ ହାତରେ ହାତକଡି ଲାଗିଥିଲା ।

ଉଭୟ ଗ୍ୟାଙ୍ଗଷ୍ଟରଙ୍କ ହତ୍ୟା ପରେ ସରକାର କେନ୍ଦ୍ର ସରକାର ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏହି ବଡ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଏଣୁ ଗୃହ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏସଓପି ପ୍ରସ୍ତୁତ କରିବ ।

Leave A Reply

Your email address will not be published.