ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସୁରତ ସେସନ୍ସ କୋର୍ଟରୁ ନିରାଶ ହେଲେ ରାହୁଲ

0

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଲାଗିଲା ଝଟକା। ମାନହାନି ମାମଲାରେ ରାହୁଲ କରିଥିବା ଆବେଦନକୁ ଖାରଜ କଲେ ସୁରଟ ସେସନ୍ସ କୋର୍ଟ । ମୋଦୀ ସାଙ୍ଗିଆ ବାବଦରେ ରାହୁଲ ଦେଇଥିବା ବୟାନକୁ ନେଇ ତଳ କୋର୍ଟ ରାହୁଲଙ୍କୁ ୨ ବର୍ଷ ଦଣ୍ଡାଦେଶ ଦେଇଥିଲେ । ଯାହାଫଳରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା । ତେଣୁ ରାହୁଲ ତଳ କୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଇବାକୁ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ ଯାହାକୁ ଖାରଜ କରିଛନ୍ତି କୋର୍ଟ । ତେବେ ଏହି ମାମଲାରେ କଂଗ୍ରେସ ହାଇକୋର୍ଟରେ ଆବେଦନ କରିବ ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ: ୨୦୧୯ରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ‘ମୋଦି ସରନେମ’କୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ। ଠକେଇ ଅଭିଯୁକ୍ତ ନୀରବ ମୋଦି, ଲଳିତ ମୋଦିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁକୁ ଯୋଡ଼ି ସବୁ ମୋଦି ଚୋର ବୋଲି ସେ କହିଥିଲେ। ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେସ ମୋଦି। ରାହୁଲଙ୍କ ବୟାନ ପୂରା ମୋଦି ସମାଜ ପାଇଁ ଅପମାନ ବୋଲି ସେ ଅଭିଯୋଗ କରିଥିଲେ। ଏହାକୁ ନେଇ ରାହୁଲ ଗାନ୍ଧିଙ୍କ ନାଁରେ ଏକ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା।

ଏହାର ଶୁଣାଣି କରି ସୁରତର ଏକ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏହାର ଦିନକ ପରେ ରାହୁଲଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଯାଇଥିଲା।  ଏହାକୁ ନେଇ ବିବାଦ ଚାଲିଥିବା ବେଳେ ରାହୁଲ ଗାନ୍ଧି ଉକ୍ତ ରାୟକୁ ସୁରତର ସେନନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତଳ କୋର୍ଟଙ୍କ ରାୟରେ ତ୍ରୁଟି ରହିଛି, ତେଣୁ ଏହା ଉପରେ ରୋକ ଲଗାଯାଉ ବୋଲି ରାହୁଲ ଗାନ୍ଧି ନିଜ ଆବେଦନରେ ଉଲ୍ଲେଖ କରିଥିଲେ। ଆଜି ଏହାର ଶୁଣାଣି କରି ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।

Leave A Reply

Your email address will not be published.