ପ୍ରମୁଖ ଖବର

ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍‌ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି

ଜମ୍ମୁ ଓ କଶ୍ମୀରର ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

0

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର କିଶତୱାଡର ଏକ ଜଙ୍ଗଲରେ ସେନା ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଇଲଟ୍ । ଉଡାଣ ଭରିବାର ୧୫ ମିନିଟ ପରେ ଦୁର୍ଘଟଣା ଘଟିଥିବା ସୂଚନା ମିଳୁଛି। ଭାରତୀୟ ସେନାର ଏଏଲଏଚ୍ ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ପାଇଲଟଙ୍କ ସମେତ ୩ଜଣ ଲୋକ ରହିଥିଲେ ବୋଲି ଜଣାପଡିଛି ।

ସେନା ଅଧିକାରୀମାନଙ୍କ କହିବା ଅନୁସାରେ, ଏହି ହେଲିକପ୍ଟର୍‌ ଦୁର୍ଘଟଣାରେ ପାଇଲଟ୍‌ମାନେ ଆହତ ହୋଇଥିଲେ ବି ନିରାପଦ ଅଛନ୍ତି। କିସ୍ତୱାଡ଼ ଜିଲ୍ଲାର ମାର୍‌ୱା-ଦାଛନ ମଧ୍ୟରେ ପ୍ରବାହିତ ମରୁସୁଦର୍‌ ନଦୀରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍‌ର ଭଗ୍ନାଂଶ ପଡ଼ିଥିବା ଦେଖାଯାଉଛି। ଦୁର୍ଘଟଣା ସ୍ଥାନରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।

ସୂଚନାଥାଉକି, ଚଳିତ ବର୍ଷ ମାର୍ଚ ମାସରେ ଅରୁଣାଚଳ ପ୍ରଦେଶର ମଣ୍ଡଳା ପର୍ବତ୍ୟାଞ୍ଚଳରେ ଭାରତୀୟ ସେନାର ଚିତା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୨ଜଣ ପାଇଲଟ୍‌ଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.