ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଅତି ଭୀଷଣ ବାତ୍ୟା ରେ ପରିଣତ ହେଲା ମୋକା

0

ଭୁବନେଶ୍ବର: ଅତି ଭୀଷଣ ବାତ୍ୟା ମୋକା ଏବେ କେନ୍ଦ୍ରୀୟ ତତ୍ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ସକ୍ରିୟ ରହିଛି। ଏବେ ଘଣ୍ଟା ପ୍ରତି ପ୍ରାୟ ୧୩ କିମି ବେଗ ରେ ଉତ୍ତର ଦିଗ ରେ ଅଗ୍ରସର ହେଉଛି। ଏବେ ବାତ୍ୟା ଅଞ୍ଚଳ ରେ ପବନ ର ବେଗ ଘଣ୍ଟା ପ୍ରତି ପ୍ରାୟ ୧୨୦-୧୩୦ ସର୍ବାଧିକ ୧୪୫ କିମି ରହିଛି। ବାତ୍ୟା ଅଧିକ ଶକ୍ତିଶାଳୀ ହେବା ସଙ୍ଗେ ସଙ୍ଗେ ପବନ ର ବେଗ ବଢିବ।

ମୋକା ଆଉ କିଛି ସମୟ ପରେ ଉତ୍ତର ଉତ୍ତର ପୂର୍ବ ଦିଗ ରେ ଗତି କରି ଆସନ୍ତା କାଲି ସକାଳ ବେଳକୁ ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ଼ ର ରୂପ ନେଇପାରେ। ମୋକା ୧୪ ତାରିଖ ମଧ୍ୟାହ୍ନ ରେ ଦକ୍ଷିଣ ପୂର୍ବ ବାଂଲାଦେଶ – ମିଆଁମାର ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ।

ଉପଗ୍ରହ ରୁ ଉତ୍ତୋଳନ କରାଯାଇଥିବା ଚିତ୍ର ଦର୍ଶାଉଛି ଯେ, ଓଡ଼ିଶା ର କିଛି ଅଞ୍ଚଳ ରେ ମୋକାର ବାହ୍ୟ ବାଦଲ ରହିଛି। ଆସନ୍ତା କାଲି ଉପକୂଳ ଓଡ଼ିଶା ଓଡ଼ିଶା ରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇପାରେ । କିଛି ଅଞ୍ଚଳ କୋହଲା ପାଗ ରହିପାରେ।। ୨ ଦିନ ପରେ ଓଡ଼ିଶା ରେ ବଢିବ ଦିନ ତାପମାତ୍ରା। ତେଣୁ ଖରା ଓ ଗୁଳୁଗୁଳି ୧୯ ତାରିଖ ଯାଏଁ ଜାରି ରହିବ।

ପୂର୍ବାନୁମାନ – ସାର୍ଥକ ମିଶ୍ର ( ପାଣିପାଗ ଗବେଷକ)

Leave A Reply

Your email address will not be published.