ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ

0

ନୂଆଦିଲ୍ଲୀ: ସିବିଏସଇ ଦଶମ ରେଜଲ୍ଟ ପ୍ରକାଶିତ । ଏବର୍ଷ ଦେଶର ପାସ ହାର ରହିଛି ୯୩.୧୨% । ଗତବର୍ଷ ତୁଳନାରେ ଦେଶରେ କମିଛି ପାସ ହାର । ଚଳିତବର୍ଷ ୨୪,୪୮୦ ସ୍କୁଲରେ ପରୀକ୍ଷା ଦେଇଥିଲେ ୩୪ ଲକ୍ଷ ୮୦ହଜାର ଛାତ୍ରଛାତ୍ରୀ ।

ଚଳିତବର୍ଷ ଦିଲ୍ଲୀଠାରୁ ଓଡ଼ିଶା ରିଜିଅନରେ ଭଲ ରେଜଲ୍ଟ ହୋଇଛି । ଭୁବନେଶ୍ବର ରିଜିଅନରେ ପାସ୍‌ ହାର ୯୩.୬୪ ପ୍ରତିଶତ ରହିଛି । ପାସ୍ ହାରରେ ଟପ୍‌ରେ ରହିଛି କେରଳର ତ୍ରିଭେନ୍ଦ୍ରମ ରିଜିଅନ । ତ୍ରିଭେନ୍ଦ୍ରମରେ ପାସ ହାର ୯୯.୯୧ ପ୍ରତିଶତ ରହିଛି । ଗୌହାଟୀ ରିଜିଅନର ପାସ୍ ହାର ସବୁଠୁ କମ୍ । cbse.gov.in ରେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । results.nic.in ଓ୍ବେବସାଇଟରୁ ବି ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ । ଚଳିତବର୍ଷ ପୁଅଙ୍କ ତୁଳନାରେ ଝିଅ ଭଲ ପ୍ରଦର୍ଶନ କରିଛନ୍ତି।

Leave A Reply

Your email address will not be published.