ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳ

0

ଝାରସୁଗୁଡା: ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳ । ଇଭିଏମ୍ ଖୋଲିବା ପରେ ଜଣାପଡ଼ିବ କାହାକୁ ମିଳିଛି ଜନାଦେଶ । ଏବେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷାବଳୟ ଭିତରେ ଇଭିଏମକୁ ରଖାଯାଇଛି।   ସୁରକ୍ଷା ବ୍ୟବସ୍ଥା ପାଇଁ ଷ୍ଟ୍ରଙ୍ଗରୁମରେ ସିସିଟିଭି ବ୍ୟବସ୍ଥା କରାଯାଇଥିବା ଝାରସୁଗୁଡା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆସନ୍ତାକାଲି ଭୋଟ ଗଣତି ସକାଳ ୮ ଟାରୁ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ହେବ । ୮ ଟା ୩୦ ମିନିଟରେ ଇଭିଏମ ଗଣତି ଆରମ୍ଭ ହେବ । ଏଥିପାଇଁ ଷ୍ଟଙ୍ଗରୁମ ଚାରିପଟେ ନେତା ଓ କର୍ମୀଙ୍କୁ ଭିଡ ଦେଖିବାକୁ ମିଳିଛି ।

ସବୁଠୁ ବଡ କଥା ହେଉଛି ତିନି ପ୍ରମୁଖ ରାଜନୈତିକ ଦଳ, ନିଜ ନିଜ ଦଳର ପ୍ରାର୍ଥୀ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି, ବିଜେଡି ସପକ୍ଷରେ ଜନମତ ରହିଛି । ଦୀପାଳି ଦାସଙ୍କୁ ଲୋକେ ଆଶୀର୍ବାଦ ଦେଇଛନ୍ତି, ସେ ହିଁ ବିଜୟୀ ହେବେ ।

ନିର୍ବାଚନ ମଇଦାନରେ ମୋଟ ୯ଜଣ ପ୍ରାର୍ଥୀ ରହିଥିବାବେଳେ ୩ ପ୍ରମୁଖ ଦଳ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.