ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୯ଜଣଙ୍କ ମୃତ୍ୟୁ

0

ମେଦିନାପୁର: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଏଗରା ଠାରେ ମଙ୍ଗଳବାର ଦିନ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ରୁ ଅଧିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । କାରଖାନା ନିକଟରେ ଥିବା ଏକ ପୋଖରୀରେ ମୃତଦେହ ପଡିଥିବା ସନ୍ଦେହରେ ଖୋଜାଖୋଜି ଚାଲିଛି । ରେସକ୍ୟୁ ଅପରେଶନରେ ସାମିଲ ହୋଇଛି ଅଗ୍ନିଶମ ବାହିନୀ । ୬ ପ୍ଲାଟୁନ ପୋଲିସ ଫୋସ ଘଟଣା ସ୍ଥଳରେ ମୁତୟନ ହୋଇଛନ୍ତି। 

ଜଣେ ପୋଲିସ ଅଧିକାରୀଙ୍କ କହିବା ମୁତାବକ ଏହି ବିସ୍ଫୋରଣ ଏକ କୋଠା ଘର ଭିତରେ ହୋଇଛି । ଏଠାରେ ବେଆଇନ ଭାବେ ବାଣ ତିଆରି କାରଖାନା ଚାଲୁଥିଲା । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତମାସ ଏହି ବାଣ କାରଖାନା ଉପରେ ଚଢାଉ କରାଯାଇ ମାଲିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ହେଲେ କାର୍ଯ୍ୟାନୁଷ୍ଠାନ ପରେ ବି ସେଠାରେ ବାଣ ତିଆରି କରାଯାଉଥିଲା ।

Leave A Reply

Your email address will not be published.