ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଚଳିତବର୍ଷ ଅପରାହ୍ନ ୪ଟାରୁ ହେବ ରଥଟଣା

0

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ବୈଠକ ପରେ ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ। ସକାଳ ୬ଟାରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା ନୀତି କରାଯିବ। ଏହାପରେ ଦ୍ବାରପାଳ ପୂଜା, ବେଶ ଶେଷ ହେବ। ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ ଖେଚୁଡି ଭୋଗ ଲାଗି ହେବ।

ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ସାଢେ ୯ଟାରେ ପହଣ୍ଡି ଆରମ୍ଭ ହୋଇ ସାଢେ ୧୨ଟା ସୁଦ୍ଧା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଶେଷ ହେବ । ଅପରାହ୍ନ ୨ଟା ୩୦ରୁ ସାଢେ ୩ଟା ପର୍ଯ୍ୟନ୍ତ ଗଜପତି ମହାରାଜ ତିନି ରଥରେ ଛେରାପହଁରା କରିବେ । ଏହାପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ। ପରେ ୪ଟାରୁ ରଥ ଟଣା ହେବ । ରଥ ଟଣା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.