ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନାଚୁଥିବା ବେଳେ ଟଳିପଡ଼ିଲେ ନୃତ୍ୟୁଗୁରୁ ଶ୍ରୀ ଗଣେଶନ

0

ଭୁବନେଶ୍ବର: ଭୁବନେଶ୍ବର ଭଞ୍ଜକଳା ମଣ୍ଡପର ମଞ୍ଚରେ ଟଳିପଡିଲେ ଭାରତ ନାଟ୍ୟମ ନୃତ୍ୟଗୁରୁ ଶ୍ରୀ ଗଣେଶନ। ମାଲେସିଆରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଆସିଥିଲେ ନୃତ୍ୟଗୁରୁ ଶ୍ରୀ ଗଣେଶନ। ଭଞ୍ଜକଳା ମଣ୍ଡପରେ ଚାଲିଥିବା ତିନି ଦିନିଆ ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ କାର୍ଯ୍ୟକ୍ରମର ଆଜିଥିଲା ଶେଷ ସନ୍ଧ୍ୟା।

କାର୍ଯ୍ୟକ୍ରମରେ ରାଜ୍ୟ ସମେତ ବିଭିନ୍ନ ଦେଶର ଲୋକେ ସାମିଲ ହୋଇଥିଲେ। ଗୀତଗୋବିନ୍ଦ ଛନ୍ଦରେ ନାଚୁଥିବା ବେଳେ ହଠାତ ଟଳିପଡ଼ିଥିଲେ ନୃତ୍ୟୁଗୁରୁ। ନାଚିବା ପରେ ପ୍ରଦୀପ ପ୍ରଜ୍ବଳନ ସମୟରେ ବେହୋସ ହୋଇପଡ଼ିଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.