ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସମ୍ବଲପୁରରେ ପୁଣି ଏକ ଦନ୍ତାହାତୀ ମୃତ

0

ଭୁବନେଶ୍ବର: ଓଡ଼ିଶାରେ ହାତୀ ପାଇଁ ବିପତ୍ତି ବଢି ବଢି ଚାଲିଛି। ଆଜି ପୁଣି ଏକ ହାତୀର ଅଭାବନୀୟ ଢଙ୍ଗରେ ମୃତ୍ୟୁ ଘଟିଛି। ସମ୍ବଲପୁର ଜିଲ୍ଲାରେ ଗୋଟିଏ ଦନ୍ତାହାତୀ ପ୍ରାଣ ହରାଇଥିବା ଜଣାପଡ଼ିବା ପରେ ପ୍ରକୃତି ପ୍ରେମୀ ବିଚଳିତ ହୋଇଛନ୍ତି। ଏଯାଏ ଦନ୍ତା ହାତୀ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସଂପର୍କରେ କହିହେବ ବୋଲି ବନ ବିଭାଗ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି।

ମିଳିଥିବା ଖବର ଅନୁସାରେ, ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ବସିଆପଡ଼ା ସେକ୍ସନ ବିଟ୍ ଅଧୀନସ୍ଥ ରପ୍ଟା ନିକଟରେ ଗୋଟିଏ ହାତୀ ମରିପଡ଼ିଥିବା ଦେଖାଯାଇଥିଲା। ଆଜି ଅପରାହ୍ନରେ ଏ ନେଇ ବନ ବିଭାଗ ଅଧିକାରୀମାନେ ସୂଚନା ପାଇବା ପରେ ତୁରନ୍ତ ତନାଘନା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଏସସିଏଫ ତେଜରାଜ ନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ନିୟମିତ ବ୍ୟବଧାନରେ ହାତୀ ମୃତ୍ୟୁ ଘଟୁଛି।

Leave A Reply

Your email address will not be published.