ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସମ୍ବଲପୁରରେ ପୁଣି ଏକ ଦନ୍ତାହାତୀ ମୃତ

0

ଭୁବନେଶ୍ବର: ଓଡ଼ିଶାରେ ହାତୀ ପାଇଁ ବିପତ୍ତି ବଢି ବଢି ଚାଲିଛି। ଆଜି ପୁଣି ଏକ ହାତୀର ଅଭାବନୀୟ ଢଙ୍ଗରେ ମୃତ୍ୟୁ ଘଟିଛି। ସମ୍ବଲପୁର ଜିଲ୍ଲାରେ ଗୋଟିଏ ଦନ୍ତାହାତୀ ପ୍ରାଣ ହରାଇଥିବା ଜଣାପଡ଼ିବା ପରେ ପ୍ରକୃତି ପ୍ରେମୀ ବିଚଳିତ ହୋଇଛନ୍ତି। ଏଯାଏ ଦନ୍ତା ହାତୀ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସଂପର୍କରେ କହିହେବ ବୋଲି ବନ ବିଭାଗ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି।

ମିଳିଥିବା ଖବର ଅନୁସାରେ, ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ବସିଆପଡ଼ା ସେକ୍ସନ ବିଟ୍ ଅଧୀନସ୍ଥ ରପ୍ଟା ନିକଟରେ ଗୋଟିଏ ହାତୀ ମରିପଡ଼ିଥିବା ଦେଖାଯାଇଥିଲା। ଆଜି ଅପରାହ୍ନରେ ଏ ନେଇ ବନ ବିଭାଗ ଅଧିକାରୀମାନେ ସୂଚନା ପାଇବା ପରେ ତୁରନ୍ତ ତନାଘନା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଏସସିଏଫ ତେଜରାଜ ନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ନିୟମିତ ବ୍ୟବଧାନରେ ହାତୀ ମୃତ୍ୟୁ ଘଟୁଛି।

Leave A Reply

Your email address will not be published.