ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସିବିଆଇ ସ୍କାନରରେ ସେକ୍ସନ ସିଗ୍ନାଲ ଜେଇ ଅମିର ଖାଁନ

0

ବାଲେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡିରେ ସିବିଆଇ ସ୍କାନରରେ ଥିବା ସୋର ସେକ୍ସନ ସିଗ୍ନାଲ ଜେଇ ଅମିର ଖାଁନଙ୍କ ଘର ସିଲ୍ ।  ସୋର ସ୍ଥିତ ଭଡ଼ା ଘରେ ପହଂଚି ତନାଘନା କରୁଛି ସିବିଆଇ ଟିମ । ଭଡା ଘରକୁ ସମ୍ପୂର୍ଣ୍ଣ ସିଲ୍ କରିଥିବାବେଳେ ପରିବାର ଲୋକ କେହି ଘରେ ନଥିବା ଜଣାପଡିଛି l ଜିଆରପି ପୁଲିସ ଉପସ୍ଥିତିରେ ଘରକୁ ସିବିଆଇ ପକ୍ଷରୁ ସିଲ୍‌ କରାଯାଇଛି। ଦୁର୍ଘଟଣା ପରେ  କିଛି ଦିନ ହେଲା ସିଗ୍‌ନାଲ ଜେଇ ଓ ତାଙ୍କ ପରିବାର ଘରେ ଅନୁପସ୍ଥିତ ଥିଲେ। ଏବେ ଜିଆରପି ପୁଲିସ ଘରକୁ ଜଗି ବସିଛି।

ସୂଚନା ଥାଉକି, ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୯୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୨ଶହ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣାର ତଦନ୍ତ ସିବିଆଇ ଓ ରେଲୱେ ସୁରକ୍ଷା ବୋର୍ଡ କରୁଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣାରେ କିଏ ଦୋଷୀ ତାହା ସ୍ପଷ୍ଟ କରାଯାଇନି। ବାହାନାଗା ବଜାର ରେଳ ଷ୍ଟେଶନ ନିକଟରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଘଟଣାକୁ ୧୮ଦିନ ହୋଇଗଲାଣି।

Leave A Reply

Your email address will not be published.