ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସିବିଆଇ ସ୍କାନରରେ ସେକ୍ସନ ସିଗ୍ନାଲ ଜେଇ ଅମିର ଖାଁନ

0

ବାଲେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡିରେ ସିବିଆଇ ସ୍କାନରରେ ଥିବା ସୋର ସେକ୍ସନ ସିଗ୍ନାଲ ଜେଇ ଅମିର ଖାଁନଙ୍କ ଘର ସିଲ୍ ।  ସୋର ସ୍ଥିତ ଭଡ଼ା ଘରେ ପହଂଚି ତନାଘନା କରୁଛି ସିବିଆଇ ଟିମ । ଭଡା ଘରକୁ ସମ୍ପୂର୍ଣ୍ଣ ସିଲ୍ କରିଥିବାବେଳେ ପରିବାର ଲୋକ କେହି ଘରେ ନଥିବା ଜଣାପଡିଛି l ଜିଆରପି ପୁଲିସ ଉପସ୍ଥିତିରେ ଘରକୁ ସିବିଆଇ ପକ୍ଷରୁ ସିଲ୍‌ କରାଯାଇଛି। ଦୁର୍ଘଟଣା ପରେ  କିଛି ଦିନ ହେଲା ସିଗ୍‌ନାଲ ଜେଇ ଓ ତାଙ୍କ ପରିବାର ଘରେ ଅନୁପସ୍ଥିତ ଥିଲେ। ଏବେ ଜିଆରପି ପୁଲିସ ଘରକୁ ଜଗି ବସିଛି।

ସୂଚନା ଥାଉକି, ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୯୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୨ଶହ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣାର ତଦନ୍ତ ସିବିଆଇ ଓ ରେଲୱେ ସୁରକ୍ଷା ବୋର୍ଡ କରୁଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣାରେ କିଏ ଦୋଷୀ ତାହା ସ୍ପଷ୍ଟ କରାଯାଇନି। ବାହାନାଗା ବଜାର ରେଳ ଷ୍ଟେଶନ ନିକଟରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଘଟଣାକୁ ୧୮ଦିନ ହୋଇଗଲାଣି।

Leave A Reply

Your email address will not be published.