ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦୁଇ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

0
  • ୨୩ ରୁ ଓଡ଼ିଶା ଉପକୂଳ ରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର
  • ପ୍ରବଳ ବର୍ଷା ସମ୍ଭାବନ

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶା ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି। ମୌସୁମୀ ବାୟୁ ଆସିବା ସହ ରାଜ୍ୟ ରେ ବର୍ଷା ଋତୁ ଆରମ୍ଭ ହେବ। ଦକ୍ଷିଣ ଆଭ୍ୟନ୍ତର ଜିଲ୍ଲା ର କିଛି ଅଞ୍ଚଳ ରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ରାଜ୍ୟ ର ଅନ୍ୟ ଅଞ୍ଚଳ ରେ ମଧ୍ୟ ଆରମ୍ଭ ହେବ ପ୍ରାକ୍ ମୌସୁମୀ ବର୍ଷା।

ଆଜି ଠାରୁ ୨୩ ତାରିଖ ଯାଏଁ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କିନ୍ତୁ ୨୩ ରୁ ବର୍ଷା ର ପରିମାଣ ଓ ତୀବ୍ରତା ବଢିବ। ୨୩-୨୪ ରେ ଓଡ଼ିଶା ଉପକୂଳ ତତ୍ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ଯାହା ଫଳରେ ବର୍ଷା ଅଧିକ ହେବ।

ବିଶେଷ କରି ୨୩-୨୬ ତାରିଖ ମଧ୍ୟରେ ରାଜ୍ୟ ରେ ପ୍ରବଳ ବର୍ଷା ଓ କିଛି ଅଞ୍ଚଳ ରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୩-୨୫ରେ ଉପକୂଳ ଓ ତତ୍ ସଂଲଗ୍ନ ଜିଲ୍ଲା ରେ ପ୍ରବଳ ବର୍ଷା ଓ କିଛି ଅଞ୍ଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା (୧୧-୨୦ସେମି) ବର୍ଷା ସମ୍ଭାବନା ରହିଛି। ୨୪-୨୬ ରେ ଆଭ୍ୟନ୍ତର ଓଡ଼ିଶା ରେ ପ୍ରବଳ ଓ କିଛି ଅଞ୍ଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା (୧୧-୨୦ସେମି ) ବର୍ଷା ସମ୍ଭାବନା ରହିଛି। ଏହି ବର୍ଷା ରାଜ୍ୟ ର କୃଷି ପାଇଁ ଅତ୍ୟନ୍ତ ସହାୟକ ହେବ।

ପୂର୍ବାନୁମାନ – ସାର୍ଥକ ମିଶ୍ର

Leave A Reply

Your email address will not be published.