ପ୍ରମୁଖ ଖବର

କୋଲାବ ଜଳଭଣ୍ଡାରରେ ବୁଡ଼ି ୩ ନବୋଦୟ ଛାତ୍ରଙ୍କ ମୃତ୍ୟୁ
ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ପୋଖରୀରେ ବୁଡ଼ି ୨ ନାବାଳିକା ମୃତ
ଭିଜିଲାନ୍ସ ଜାଲରେ ଡେରାବିଶ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ହିନ୍ଦୀ ଶିକ୍ଷକ ଅଟକ

ସରିଲା ଶ୍ରୀବିଗ୍ରହଙ୍କ ଆଡପ ମଣ୍ଡପ ବିଜେ ନୀତି

0

ପୁରୀ: ସରିଛି ଶ୍ରୀବିଗ୍ରହଙ୍କ ଆଡପ ମଣ୍ଡପ ବିଜେ ନୀତିି। ଏବେ ପରଠାରୁ ଜନ୍ମବେଦୀରେ ଚାଲିବ ଲୀଳାଖେଳା । ରଥଯାତ୍ରାର ଆଜି ତୃତୀୟ ଦିନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀବିଗ୍ରହ । ପରମ୍ପରା ଅନୁସାରେ ସନ୍ଧ୍ୟା ଧୂପ ପରେ ରଥରୁ ଘୋଡା ଖୋଲାଯାଇ ଚାରମାଳ ବନ୍ଧାଯାଇଥିଲା । ଏହାପରେ ପୁଷ୍ପାଞ୍ଜଳି ବନ୍ଦାପନା ଅନୁଷ୍ଠିତ ହୋଇ ଆରମ୍ଭ ହୋଇଥିଲା ପହଣ୍ଡି ନୀତି । ପ୍ରଥମେ ଚଳନ୍ତି ପ୍ରତିମା ମଦନମୋହନ, ରାମ କୃଷ୍ଣ ଶ୍ରୀଗୁଣ୍ଡିଚାକୁ ବିଜେ କରିବା ପରେ ଗୋଟି ପହଣ୍ଡିରେ ଯାଇଥିଲେ ଚକ୍ରରାଜ ସୁଦର୍ଶନ ।

ଘଣ୍ଟ, ଘଣ୍ଡା ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି । ଏହାପରେ ଟାହିଆ ଲଗାଇ ଶ୍ରୀଗୁଣ୍ଡିଚା ବିଜେ କରିଥିଲେ ବଡ଼ଭାଇ ବଳଭଦ୍ର । ଦେବୀ ସୁଭଦ୍ରାଙ୍କ ପରେ ଶେଷରେ ଶ୍ରୀଜଗନ୍ନାଥ ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିଥିଲେ । ଆସନ୍ତାକାଲି ସକାଳୁ ଆଡ଼ପ ମଣ୍ଡପରେ ମହାପ୍ରଭୁ ଦର୍ଶନ ଦେବାପରେ ସଂଧ୍ୟାରେ ହେବ ବନକଲାଗି ନୀତି । ଏଥିପାଇଁ ସଂଧ୍ୟାରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.