ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବାହାନଗା ସ୍କୁଲର ନବକଳେବର ପାଇଁ ଖର୍ଚ୍ଚ ହେବ ଅଢେଇ କୋଟି

0

ବାହାନଗା: ବାହାନଗା ପଞ୍ଚାୟତ ସାରା ଦେଶ ପାଇଁ ସାଜିବ ମଡେଲ। ଏଥିସହ ବାହାନଗା ସ୍କୁଲର ରୂପାନ୍ତରଣ ପାଇଁ ଖର୍ଚ୍ଚ ହେବ ଅଢେଇ କୋଟି ଟଙ୍କା। ଏଥିପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ଏହି ମଞ୍ଜୁରୀ ପତ୍ରକୁ ଜିଲ୍ଲାପାଳଙ୍କୁ ଦେଲେ ଭିକେ ପାଣ୍ଡିଆନ୍‌। ଏଥିସହ ସେ ଅଞ୍ଚଳରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ପାଇଁ ହୋଇଥିବା ନିବେଦନକୁ ନେଇ ଆସନ୍ତା ସପ୍ତାହ ଭିତରେ ଖୁସି ଖବର ମିଳିବ ବୋଲି କହିଛନ୍ତି।

ବାଲେଶ୍ବର ଗସ୍ତରେ ଥିବା ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍‌ ବାହାନଗାରେ ପହଞ୍ଚି ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ। ଟ୍ରେନ୍‌ ଟ୍ରାଜେଡି ବେଳେ ଦେବଦୁତ ସାଜିଥିଲେ ସ୍ଥାନୀୟ ଲୋକେ। ସେଦିନ କାଳରାତିର କଥା ମନେ ପକାଇଥିଲେ ଫାଇଭ ଟି ସଚିବ। ଏଥିସହ ଦୁଇ ମିନିଟର ନିରବ ପ୍ରାର୍ଥନା କରିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗ ପାଇଁ ବହୁତ ଲୋକ ଟ୍ରେନ ଟ୍ରାଜେଡିରୁ ବଞ୍ଚିଯାଇଥିଲେ । ଏଥିପାଇଁ ସାରା ରାଜ୍ୟ ଆପଣଙ୍କ ନିକଟରେ ଚିର ଋଣୀ ବୋଲି ୫-ଟି ସଚିବ କହିଛନ୍ତି ।

Leave A Reply

Your email address will not be published.