ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ସୋଆ କମ୍ୟୁନିଟି ରେଡିଓର ‘ଅସ୍ମିତା’ କାର୍ଯ୍ୟକ୍ରମକୁ ପ୍ରଥମ ପୁରସ୍କାର

0

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ୯୦.୪ ସୋଆ କମ୍ୟୁନିଟି ରେଡିଓକୁ ଓଡିଶାର ସ୍ଥାନୀୟ ସଂସ୍କୃତିକୁ ଲୋକପ୍ରିୟ ଓ ପ୍ରସାର କରାଇବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତୀୟ ସ୍ତରରେ ଭାରତ ସରକାରଙ୍କ ଠାରୁ ପ୍ରଥମ ପୁରସ୍କାର ମିଳିଛି ।

ରାଜଧାନୀ ଦିଲ୍ଲୀରେ ରବିବାର ଅନୁଷ୍ଠିତ ହୋଇଥିବା ଏକ ଭବ୍ୟ ସମାରୋହରେ ସୋଆ ରେଡିଓର ‘ଅସ୍ମିତା’ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ଓ ଯୁବ ବ୍ୟାପାର ମବୀ ଶ୍ରୀ ଅନୁରାଗ ଠାକୁର ଏହି ପୁରସ୍କାର ପ୍ରଦାନ କରିଛନ୍ତି । ସୋଆର କୁଳାଧିପତି ପ୍ରଫେସର ଅମିତ୍ ବାର୍ନାଜୀ ଓ ସୋଆର ସଂସ୍ଥାପକ ସଭାପତି ପ୍ରଫେସର ମନୋଜରଂଜନ ନାୟକଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଶ୍ରୀ ଠାକୁର ସୋଆ କମ୍ୟୁନିଟି ରେଡିଓ ଷ୍ଟେସନ୍ ର ‘ଅସ୍ମିତା’ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ । ସ୍ଥାନୀୟ ସଂସ୍କୃତିକୁ ପ୍ରସାର କରାଇବାରେ ମହିଳାମାନଙ୍କ ପାଇଁ ‘ଅସ୍ମିତା’ କାର୍ଯ୍ୟକ୍ରମ ବେଶ୍ ଆଦୃତ ହୋଇଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ସୋଆ କମ୍ୟୁନିଟି ରେଡିଓ ର ପ୍ରୋଗ୍ରାମ୍ କୋର୍ଡିନେଟର ତଥା ଆର୍‌ଜେ ଶ୍ରୀମତି ଶୁଭ୍ରସୀମା ମହାନ୍ତି ପରିଚାଳନା କରନ୍ତି ।

ମହିଳାମାନଙ୍କ ସଶକ୍ତୀକରଣ ଓ ସେମାନଙ୍କ ମଧ୍ୟରେ ରହିଥିବା ଶକ୍ତି ଓ ସାମର୍ଥ୍ୟକୁ ଲୋକ ଲୋଚନକୁ ଆଣିବାରେ ‘ଅସ୍ମିତା’ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସୋଆ କମ୍ୟୁନିଟି ରେଡିଓ ଷ୍ଟେସନ ଏହି କାର୍ଯ୍ୟକ୍ରମକୁ ତାର ନେଟୱାର୍କ୍‌ ମାଧ୍ୟମରେ ପ୍ରଚାର କରିଆସୁଛି । ଏହି କାର୍ଯ୍ୟକ୍ରମ ମଧ୍ୟ ମହିଳାଙ୍କ କୌଶଳ ଓ ପ୍ରଧାନମବୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭୋକାଲ ଫର୍ ଲୋକାଲ’ ନାରା ଉପରେ ଆଧାରିତ । ମହିଳାମାନେ କିପରି ନିଜ ସାମର୍ଥ୍ୟ ବଳରେ ସ୍ଥାନୀୟ କଳା ଓ ପରମ୍ପରା କୁ ପ୍ରୋତ୍ସାହିତ କରିବା ସହ ନିଜର ଆର୍ଥିକ ସମ୍ବଳକୁ ବଢାଇବା ପାରୁଛନ୍ତି ତାହାର ସଂପୂର୍ଣ୍ଣ ଝଲକ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଖିବାକୁ ମିଳିଥାଏ ।

Leave A Reply

Your email address will not be published.