ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ

ବଢ଼ିଲା ଇପିଏଫଓର ସୁଧହାର

0

ନୂଆଦିଲ୍ଲୀ: ବଢ଼ିଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା ଇପିଏଫଓର ସୁଧହାର । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟରେ ସୁଧହାର ୮.୧୫ ପ୍ରତିଶତକୁ ମଞ୍ଜୁର ଦେଇଛନ୍ତି କେନ୍ଦ୍ର ସରକାର । ସୁଧହାର ୦.୦୫ ପ୍ରତିଶତ ବଢ଼ାଇବାକୁ ଗତ ମାର୍ଚ୍ଚରେ ସୁପାରିସ କରିଥିଲା ଇପିଏଫଓ । କେନ୍ଦ୍ର ସରକାର ଇପିଏଫଓ ସୁଧ ହାର ବୃଦ୍ଧି କରିବା ଦ୍ବାରା ଦେଶର ପ୍ରାୟ ୬ କୋଟି କର୍ମଚାରୀ ଉପକୃତ ହେବେ ।

ଇପିଏଫଓ ଆକ୍ଟ ଆଧାରରେ କର୍ମଚାରୀଙ୍କୁ ବେସିକ ଦରମା ସହ ୧୨ ପ୍ରତିଶତ ଡିଏ ଆକାଉଣ୍ଟକୁ ଯାଇଥାଏ । କମ୍ପାନୀ ମଧ୍ୟ ଦରମାର ୧୨ ପ୍ରତିଶତ ଡିଏ ଦେଥଖାଏ । କମ୍ପାନୀ କଣ୍ଟ୍ରିବ୍ୟୁସରର ୩.୬୭ ପ୍ରତିଶତ ପିଏଫ ଜମାଖାତାକୁ ଯାଉଥିବା ବେଳେ ୮.୩୩ ପ୍ରତିଶତ ପେନସନ ସ୍କିମରେ ଜମା ହୋଇଥାଏ । ୨୦୨୧-୨୨ ଆର୍ଥିକ ବର୍ଷରେ ସୁଧହାର ୮.୧ ପ୍ରତିଶତକୁ କମାଇ ଦିଆଯାଇଥିଲା । ଯାହା ୧୯୭୭-୭୮ ଆର୍ଥିକ ବର୍ଷ ପରେ ସବୁଠୁ କମ ସୁଧହାର ରହିଥିଲା । ୨୦୨୦-୨୧ରେ ଇପିଏଫଓ ସୁଧହାର ୮.୫ ପ୍ରତିଶତ ରହିଥିଲା ।

Leave A Reply

Your email address will not be published.