ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସୋଆ କୃଷି ମହାବିଦ୍ୟାଳୟରେ ମୋଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍ନୋଲୋଜି ଲ୍ୟାବ ଉଦ୍‌ଘାଟିତ

0

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରେ ଏକ ମୋଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍ନୋଲୋଜି ଲ୍ୟାବ ଗତ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି ।ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨ଟି ଲ୍ୟାବର ଉଦ୍‌ଘାଟନ କରିଥିଲେ ।

ଏହି ଅତ୍ୟାଧୁନିକ ଜ୍ଞାନ କୌଶଳଯୁକ୍ତ ପ୍ରୟୋଗଶାଳାର ଉଦ୍‌ଘାଟନ କରିବା ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ସାମ୍ପ୍ରତିକ ଜୀବ ବିଜ୍ଞାନରେ ଉପଯୋଗ କରିବା ଭଳି ଅତ୍ୟାଧୁନିକ ଜ୍ଞାନକୌଶଳକୁ ଅଧିକ ଜାଣିବା ପାଇଁ ଏହି ପ୍ରୟୋଗଶାଳା ବ୍ୟବହୃତ ହେବ । ଏହା ଦ୍ୱାରା ସ୍ନାତକୋତର ଓ ପିଏଚ୍‌ଡି ଶିକ୍ଷାର ମାନ ବୃଦ୍ଧି ପାଇବ ତଥା କୃଷି ଓ ଜୀବ ବିଜ୍ଞାନର ଗବେଷଣା କ୍ଷେତ୍ରରେ ନୂତନ ଦିଗ ଉନ୍ମୁକ୍ତ ହେବ ବୋଲି ପ୍ରଫେସର ନନ୍ଦ କହିଥିଲେ ।

ଏହି ଅବସରରେ ଆଇଏଏସ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ଆଇଟିଇଆର୍ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଓ ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗର ମୁଖ୍ୟ ପ୍ରଫେସର ଜ୍ଞାନ ରଞ୍ଜନ ରାଉତ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଆଇଏଏସ୍‌ର ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କ ସହ ଅଧ୍ୟାପକ, ଅଧ୍ୟାପିକା ଓ ଗବେଷଣାରତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.