ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ଆରଏସ୍‌ଏସ୍ ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖଙ୍କ ସୌଜନ୍ୟମୂଳକ ସାକ୍ଷାତ

0

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୋମବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖ ଶ୍ରୀଯୁକ୍ତ ରାମଲାଲ । ତାଙ୍କ ସହିତ ଆରଏସଏସର ପୂର୍ବ ଭାରତ ସମ୍ପର୍କ ପ୍ରମୁଖ ଶ୍ରୀ ବିଦ୍ୟୁତ ମୁଖାର୍ଜୀ ମଧ୍ୟ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଭେଟିଛନ୍ତି ।

ସମାଜ ଗଠନର ସାହାଯ୍ୟ କାମନା କରି ଆରଏସଏସ୍ ତରଫରୁ ଜାରୀ ରହିଥିବା ସମ୍ପର୍କ ଅଭିଯାନ ପରିପ୍ରେକ୍ଷୀରେ ସଂଘ ନେତୃବୃନ୍ଦ ସମାଜର ବିଶିଷ୍ଟ ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସାକ୍ଷାତ କରୁଛନ୍ତି । ପ୍ରଫେସର ନାୟକଙ୍କୁ ଶ୍ରୀଯୁକ୍ତ ରାମଲାଲ ଓ ଶ୍ରୀ ମୁଖାର୍ଜୀ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଫେସର (ଡାକ୍ତର) ବସନ୍ତ କୁମାର ପତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.