ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଅଂଗଦାନ ମୃତ୍ୟୁ ପରେ ବି ୮ଟି ଜୀବନ ରକ୍ଷା କରିପାରିବ ମଣିଷ

0

ଭୁବନେଶ୍ୱର: ୧୫ ବର୍ଷର ଝିଅର ମୃତ୍ୟୁ ସୁନିଶ୍ଚିତ ଜାଣିବା ପରେ ଯଦିଓ ବାପା-ମା’ଙ୍କର ପାଦ ତଳୁ ମାଟି ଖସି ଯାଇଥିଲା ତଥାପି ସେମାନେ ଧୈର୍ଯ୍ୟ ହରାଇ ନଥିଲେ ବରଂ ସେହି ମୂହୁର୍ତରେ ଅନ୍ୟ କାହାର ଜୀବନ ବଂଚାଇବା ନେଇ ମନକୁ ଦୃଢ଼ କରିଥିଲେ । ସେମାନେ ଝିଅର ମୃତ୍ୟୁ ପରେ ତା’ର ୨ଟି ବୃକକ୍ ଦାନ କରିବାର ନିଷ୍ପତି ନେଇଥିଲେ ।

୨୦୨୨ ମସିହା ମେ ମାସ ୧୭ ତାରିଖରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଅଂଚଳର ଏହି ଝିଅଟିର ମୃତ୍ୟୁ ପରେ ତା’ର ଦୁଇଟି ବୃକକକୁ ବାହାର କରାଯାଇ ଅଂଗଦାନ ପ୍ରକ୍ରିୟାରେ ସଫଳତାର ସହ ଅନ୍ୟ ଦୁଇଜଣଙ୍କ ରୋଗୀଙ୍କର ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା । ହସ୍ପିଟାଲ ପକ୍ଷରୁ ଗୁରୁବାର ଭାରତୀୟ ଅଂଗ ଦାନ ଅବସରରେ ଆୟୋଜିତ ଅଂଗ ଦାନ ମହୋତ୍ସବରେ ଏହି ଅନୁଭୂତି ବଖାଣିଥିଲେ ଝିଅଟିର ବାପା ଶ୍ରୀ ସପନ କୁମାର ବିନ୍ଧାଣୀ ଓ ମା ଡାକ୍ତର ସୁନୀତା ପ୍ରଧାନ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଭାରତୀୟ ଅଂଗ ଦାନ ଦିବସ ଅବସରରେ ଆୟୋଜିତ ଅଂଗ ଦାନ ମହୋତ୍ସବରେ ଶ୍ରୀ ବିନ୍ଧାଣୀ ଓ ଡାକ୍ତର ପ୍ରଧାନଙ୍କୁ ହସ୍ପିଟାଲ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଷ୍ଟେଟ୍ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ) ର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିଭୁତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଂଗଦାନର ଗୁରୁତ୍ୱ ସମ୍ପର୍କରେ ବୁଝାଇବା ସହ ହସ୍ପିଟାଲ୍‌ର ଡାକ୍ତର ଓ ଜନସାଧାରଣଙ୍କ ମଧ୍ୟରେ ଏ ନେଇ ସଚେତନତା ସୃଷ୍ଟି ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଅଂଗ ଦାନ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇବା ସହ ଏହା ଯୋଗୁଁ ମୃତ୍ୟୁ ପରେ ବି ମଣିଷ ଅନ୍ୟ ୮ ଜଣଙ୍କର ଜୀବନ ରକ୍ଷା କରିପାରିବ ବୋଲି ସେ କହିଥିଲେ । ମୃତ୍ୟୁ ପୂର୍ବରୁ ମଣିଷ କେବଳ ବୃକକ, ଯକୃତ ଓ ଚର୍ମ ଦାନ କରିପାରିଥାଏ । ତେବେ ମୃତ୍ୟୁ ପରେ ବିଭିନ୍ନ ଅଂଗ ଯେପରିକି ବୃକକ, ଯକୃତ, ଫୁସ୍‌ଫୁସ୍‌, କ୍ଷୁଦ୍ରାନ୍ତ୍‌, ଚକ୍ଷୁ, ଅଗ୍ନାଶୟ, ହୃତ୍‌ପିଣ୍ଡ, ଚର୍ମ ଓ ହାଡ ସମେତ ଟିସ୍ୟୁ ଦାନ କରିପାରିବ ବୋଲି ଡାକ୍ତର ନାୟକ କହିଥିଲେ ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଅଂଗଦାନ ସମ୍ପର୍କରେ ସଚେତନତା ଆବଶ୍ୟକ ବୋଲି କହିବା ସହ ଏ ନେଇ ଡାକ୍ତରମାନେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ପ୍ରତ୍ୟେକ ବ୍ୟକ୍ତି ଅଂଗ ଦାନ କରିବା ନିମନ୍ତେ ଆଗେଇ ଆସିବା ଉଚିତ୍ ବୋଲି ସେ କହିଥିଲେ ।

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଝିଅର ଅଂଗ ଦାନ କରିବାର ନିଷ୍ପତି ପାଇଁ ଶ୍ରୀ ବିନ୍ଧାଣୀ ଓ ଡାକ୍ତର ପ୍ରଧାନଙ୍କୁ ସମ୍ମାନ ଜଣାଇବା ସହ ସମ୍ ହସ୍ପିଟାଲ୍‌ରେ ବିଭିନ୍ନ ବିଭାଗରେ ଶୀଘ୍ର ରୋବୋଟିକ୍ସ ସର୍ଜରୀ ଆରମ୍ଭ କରାଯିବ ବୋଲି ସୂଚନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ ଅଂଗ ଦାନ ଓ ପ୍ରତ୍ୟାରୋପଣ ସମ୍ପର୍କରେ ବିଭିନ୍ନ ବିଭାଗର ଡାକ୍ତରମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ଏହି ଉପଲକ୍ଷେ ଗୁରୁବାର ସକାଳେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ପକ୍ଷରୁ ଏକ ୱାକାଥନ ମଧ୍ୟ କରାଯାଇଥିଲା ।

Leave A Reply

Your email address will not be published.