ପ୍ରମୁଖ ଖବର

ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ
ରଥଯାତ୍ରାରେ ପୁରୀକୁ ଗଡିବ ୧୦୦୦ ବସ
ସିକ୍କିମରେ ଟୁରିଷ୍ଟ ବସ୍ ଦୁର୍ଘଟଣା: ଭାଜପା ନେତ୍ରୀ ନିଖୋଜ, ପୁଅ-ପୁତୁରା ସୁରକ୍ଷିତ
ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ
ଶପଥ ନେଲେ ସୁପ୍ରିମକୋର୍ଟର ୩ ନୂଆ ବିଚାରପତି

ଘର ଘର ବୁଲି ଖୋଜିବେ ଡେଙ୍ଗୁ ମଶା

0

ଭୁବନେଶ୍ବର: ଏଣିକି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଘର ଘର ବୁଲି ଡେଙ୍ଗୁ ମଶାଙ୍କୁ ଖୋଜିବ। ଯଦି ଘରେ ବା ଘର ଆଖପାଖରେ ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ଅଥବା ଡେଙ୍ଗୁ ମଶା ଦେଖିବାକୁ ମିଳେ ତେବେ ହଜାରେ ଟଙ୍କା ଫାଇନ କରିବ ବିଏମସି ।

ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଆଦି କୋଠାରେ ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ତାହାହେଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ କରିବ ବିଏମସି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଆସନ୍ତା ୧୫ ତାରିଖ ପରେ ବିଏମସି ଟିମ ଘର ଘର ଯାଞ୍ଚ କରିବ ବୋଲି ସୂଚନା ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ: ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୨ ଜଣ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରାଜଧାନୀରେ ୯୨୪ଜଣଙ୍କର ସାମ୍ପଲ ଟେଷ୍ଟ ହେଇଥିବା ବେଳେ ୪୨୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ତେବେ ଭୁବନେଶ୍ଵରରେ ଡେଙ୍ଗୁ ମୁକାବିଲା ପାଇଁ ସ୍ୱତନ୍ତ୍ର ରଣନୀତି ଆପଣେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ। ଭୁବନେଶ୍ୱର ମହାନଗର ନିଗମ (BMC) ଅଧିକାରୀ, ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଡାକ୍ତରଙ୍କୁ ନେଇ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ପ୍ରତିଦିନ ଘରକୁ ଘର ବୁଲି ଡେଙ୍ଗୁ ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରାଇବା ସହିତ ପ୍ରତିକାର ପଦକ୍ଷେପ ନିଆଯାଉଛଛି। ବିଶେଷକରି ବର୍ଷା ଦିନରେ ଡେଙ୍ଗୁ ମଶାର ପ୍ରାର୍ଦୃଭାବ ଅଧିକ ଦେଖିବାକୁ ମିଳିଥାଏ।

Leave A Reply

Your email address will not be published.